ଅନେକ ରାଜ୍ୟକୁ ଆସନ୍ତା ୭ ତାରିଖ ଦିନ ସିଭିଲ ଡିଫେନ୍ସ ଡ୍ରିଲ ଅଭ୍ୟାସ କରିବାକୁ ନିର୍ଦେଶ ଦେଇଛି କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ

ପହଲଗାଓଁ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟ‌ରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ ଅନେକ ରାଜ୍ୟକୁ ଆସନ୍ତା ୭ ତାରିଖ ବୁଧବାର ଦିନ ସିଭିଲ ଡିଫେନ୍ସ ଡ୍ରିଲ ବା ନାଗରିକ ସୁରକ୍ଷା ଅଭ୍ୟାସ କରିବାକୁ ନିର୍ଦେଶ ଦେଇଛି। ସରକାରୀ ସୂତ୍ରରୁ ଏହି ସୂଚନା ମିଳିଛି। ଏହି ଅଭ୍ୟାସ ମୟରେ ଏୟାର ରେଡ୍‌ ସାଇରନ ବଜାଇବାକୁ କୁହାଯାଇଛି। ଜନସାଧାରଣ ଏବଂ ଛାତ୍ରମାନଙ୍କୁ ଶତ୍ରୁର ଆକ୍ରମଣ ସମୟରେ ନିଜର ସୁରକ୍ଷା ବିଷୟରେ ପ୍ରଶିକ୍ଷଣ ଦିଆଯିବ। ଗୁରୁତ୍ଵପୂର୍ଣ୍ଣ ପ୍ଲାଣ୍ଟ ଭିତ୍ତିଭୂମି ଏବଂ ପ୍ରତିଷ୍ଠାନକୁ ଲୁଚାଇବାର ବ୍ୟବସ୍ଥା କରାଯିବ। ଜନସାଧାରଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରିବା ଦିଗରେ ରିହରସାଲ କରାଯିବ। ଯାହାଫଳରେ ଜରୁରୀ ପରିସ୍ଥିତିରେ ତୁରନ୍ତ ପଦକ୍ଷେପ ନିଆଯାଇପାରିବ। ଦେଶର ଅନ୍ତରୀଣ ସୁରକ୍ଷା ଏବଂ ଜରୁରିକାଳୀନ ସମୟରେ ପରିସ୍ଥିତିର ମୁକାବିଲା କରିବା ଉଦ୍ଦେଶ୍ୟ‌ରେ ଏହି ଅଭ୍ୟାସ କରାଯିବ ବୋଲି ସୂଚନା ଦିଆଯାଇଛି।

Related Articles

Back to top button