ପାକିସ୍ତାନକୁ ଆର୍ଥିକ ସହାୟତା ବନ୍ଦ ପାଇଁ ଏଫ୍‍ଏଟିଏଫ୍‍ ରେ ଦାବି କରିବ ଭାରତ

ଅର୍ଥ କାରବାର ଟାସ୍କ ଫୋର୍ସ ବା Financial Action Task Force  ହେଉଛି ଏକ ଆନ୍ତର୍ଜାତୀୟ ସଂସ୍ଥା, ଯାହା ୧୯୮୯ ମସିହାରେ G7 ଶିଖର ବୈଠକରେ ପ୍ୟାରିସରେ ସ୍ଥାପନା କରାଯାଇଥିଲା। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବେ ଆଇନ ଅର୍ଥ କାରବାର , ଆତଙ୍କବାଦୀ ଅର୍ଥ ଯୋଗାଣ , ଏବଂ ବିଶ୍ୱବ୍ୟାପୀ ଅସ୍ତ୍ର ବିସ୍ତାର ଅର୍ଥ ଯୋଗାଣ ରୋକିବା ପାଇଁ ଆନ୍ତର୍ଜାତୀୟ ମାନକ ନିର୍ଦ୍ଧାରଣ କରିବା ଓ ଏହାର କାର୍ଯ୍ୟକାରୀତାକୁ ପ୍ରୋତ୍ସାହନ ଦେବା। FATF ର ମୁଖ୍ୟାଳୟ ପ୍ୟାରିସରେ ଅବସ୍ଥିତ, ଏବଂ ଏହାର ୩୯ଟି ସଦସ୍ୟ ରାଷ୍ଟ୍ର ଓ ଦୁଇଟି ଆଞ୍ଚଳିକ ସଂଗଠନ ଅଛନ୍ତି। ଭାରତ ୨୦୧୦ ମସିହାରେ FATF ର ପୂର୍ଣ୍ଣ ସଦସ୍ୟ ହୋଇଛି। ପାକିସ୍ତାନ ଏହି ଟାସ୍କ ଫୋର୍ସର ମୌଳିକ ନିୟମକୁ ଉଲ୍ଲଂଘନ କରୁଛି ବୋଲି ଦାବି କରିଛି ଭାରତ। ଏହିକ୍ରମରେ ଭାରତ ପକ୍ଷରୁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଏହି ବୈଠକରେ ପାକିସ୍ତାନକୁ ପ୍ରତିବନ୍ଧକ ଲଗାଇବା ଲଗାଇବା ତଥା ଏଫଏଟିଏଫ୍‍ ଗ୍ରେ ତାଲିକାଭୁକ୍ତ କରିବା ଲାଗି ଭାରତ ଉପଯୁକ୍ତ ପ୍ରମାଣ ପ୍ରଦାନ କରିବ।

ପାକିସ୍ତାନ ପୂର୍ବରୁ ୨୦୦୮, ୨୦୧୨-୨୦୧୫, ଓ ୨୦୧୮-୨୦୨୨ ମଧ୍ୟରେ ଏଫଏଟିର ଗ୍ରେ ଲିଷ୍ଟରେ ଥିଲା, କାରଣ ଏହାର ଆତଙ୍କବାଦୀ ଅର୍ଥ ଯୋଗାଣ ବିରୋଧୀ ବ୍ୟବସ୍ଥାରେ ତ୍ରୁଟି ରହିଥିଲା। ୨୦୨୨ରେ ପାକିସ୍ତାନ ଗ୍ରେ ଲିଷ୍ଟରୁ ବାହାରିଥିଲା, କିନ୍ତୁ ଏହାର ଆତଙ୍କବାଦୀ ସମର୍ଥନ ନୀତି ଉପରେ ଅନେକ ପ୍ରଶ୍ନ ରହିଛି।

ଗତକାଲି ଭାରତ ଓ ପାକିସ୍ତାନ ମଧ୍ୟରେ ଡ୍ରୋନ ଓ କ୍ଷେପଣାସ୍ତ୍ର ଆକ୍ରମଣକୁ ନେଇ ଉତ୍ତେଜନା ବୃଦ୍ଧି ପାଇଛି। ଏହି ପ୍ରସଙ୍ଗରେ ଏଫ୍‍ଏଟିଏଫ୍‍ ର ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି, ବିଶେଷତଃ ପାକିସ୍ତାନର ଆତଙ୍କବାଦୀ ଅର୍ଥ ଯୋଗାଣ ସହ ଜଡ଼ିତ ଅଭିଯୋଗ ହେତୁ ଭାରତ ଏହାକୁ ପ୍ରତିବନ୍ଧକ ଜାରି କରିବା ନେଇ ଦାବି କରିଛି। ଏହି ତାଲିକାରେ ସେହି ଦେଶମାନଙ୍କୁ ରଖାଯିବାର ବ୍ୟବସ୍ଥା ରହିଛି ଯେଉଁମାନେ ଆତଙ୍କବାଦୀ ସଂଗଠନଗୁଡ଼ିକୁ ସହାୟତା ପ୍ରଦାନ କରନ୍ତି। ବା ସେମାନଙ୍କ ପ୍ରକ୍ରିୟାରେ ଆତଙ୍କବାଦୀ ସଂଗଠନ ସହାୟତା ପାଇଥାଆନ୍ତି। ଏହି ଦେଶମାନଙ୍କର ଅର୍ଥ କାରବାର ଓ ଆତଙ୍କବାଦୀ ଅର୍ଥ ଯୋଗାଣ ବିରୋଧୀ ବ୍ୟବସ୍ଥାରେ କିଛି ତ୍ରୁଟି ରହିଛି କିନ୍ତୁ ସେମାନେ ଟାସ୍କଫୋର୍ସ ସହ ଏହାକୁ ସଂଶୋଧନ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ରହିଛନ୍ତି। ଏହି ଦେଶଗୁଡ଼ିକ ଅଧିକ ନିରୀକ୍ଷଣରେ ରହିଥାନ୍ତି। ଏହାଦ୍‍ୱାରା ତାଙ୍କ ଉପରେ ଆର୍ଥିକ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ।

Related Articles

Back to top button