ଆତଙ୍କିତ ହୋଇ ରନ୍ଧନ ଗ୍ୟାସ ଓ ଇନ୍ଧନ କିଣିବାର କୌଣସି ଆବଶ୍ୟକତା ନାହିଁ ।

ରନ୍ଧନ ଗ୍ୟାସ ଓ ଇନ୍ଧନ ଦେଶରେ ମହଜୁଦ ଅଛି । ଯାହାକୁ ନେଇ ବର୍ତ୍ତମାନ ଏକ ଗୁଜବ ଖବର ପ୍ରଚାର ହେଉଛି । ଆତଙ୍କିତ ହୋଇ କିଣିବାର କୌଣସି ଆବଶ୍ୟକତା ନାହିଁ । ଏ ନେଇ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ । ଭୁଲ ବୁଝାମଣା ପାଇଁ ଆବଶ୍ୟକ ସମୟରେ ଯେପରି ଗ୍ୟାସ ବ୍ୟବସ୍ଥାରେ କୌଣସି ପ୍ରଭାବ ନପଡେ। ଆଉ ଦେଶବାସୀମାନେ ମଧ୍ୟ ଯେମିତି ଅସୁବିଧାରେ ନପଡନ୍ତି । ସେଥିପାଇଁ ସମସ୍ତଙ୍କୁ ସଚେତନ ରହିବାକୁ ମଧ୍ୟ ପରାମର୍ଶ ଦେଇଛି । ଇଣ୍ଡିଆନ ଅଏଲ କମ୍ପାନୀ ଲୋକମାନଙ୍କୁ ଗୁଜବ ଖବରର ପ୍ରଚାରକୁ ବିଶ୍ବାସ ନକରିବାକୁ କହିଛି ।

ଭାରତ- ପାକିସ୍ତାନ ଉତ୍ତେଜନା ମଧ୍ୟରେ ରନ୍ଧନ ଗ୍ୟାସ ଓ ଇନ୍ଧନ କିଣିବାକୁ ଲୋକଙ୍କ ବ୍ୟସ୍ତତା ଦେଖି ସ୍ପଷ୍ଟ କଲା ଆଇଓସିଏଲ । ଦେଶ ସାରା ରନ୍ଧନ ଗ୍ୟାସ ଓ ଇନ୍ଧନ ପ୍ରଚୁର ଭାବେ ମହଜୁଦ ଅଛି। ସମସ୍ତ ଆଉଟଲେଟରେ ଇନ୍ଧନ ଓ ଏଲପିଜି ସହଜରେ ଉପଲବ୍ଧ ହେଉଛି । ଇଣ୍ଡିଆନ ଅଏଲର ଯୋଗାଣ ଲାଇନ ସୁଗମ ଭାବେ କାର୍ୟ୍ୟରେ ନିୟୋଜିତ ଅଛି ବୋଲି ପୋଷ୍ଟ କରି ସ୍ପଷ୍ଟ କରିଛି ଆଇଓସିଏଲ।

Related Articles

Back to top button