ଟେଲିଭିଜନ ଚ୍ୟାନେଲରେ ଯୁଦ୍ଧ ସତର୍କତା ସାଇରନ ବଜାଇଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ

କୌଣସି ଟେଲିଭିଜନ ଚ୍ୟାନେଲରେ ଯୁଦ୍ଧ ସତର୍କତା ସାଇରନ ବା ସିଭିଲ ଡିଫେନ୍ସ ଏୟାର ରେଡ୍‌‌ ସାଇରନ ବାଜିବା ମନା। ସଚେତନ କରିବା ଡ୍ରାଇଭ ବ୍ୟତୀତ ଅନ୍ୟ ପାଇଁ ଏହା ବ୍ୟବହାର କରିବାକୁ ବାରଣ କରାଯାଇଛି ବୋଲି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ହେଲା ନିର୍ଦେଶନାମା।

କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସମସ୍ତ ଟେଲିଭିଜନ ଚ୍ୟାନେଲକୁ ସିଭିଲ ଡିଫେନ୍ସ ଏୟାର ରେଡ୍ ସାଇରନ୍ ନ ବଜାଇବା ପାଇଁ ନିର୍ଦ୍ଦେଶ ଦେଇଛି। ଏହା ଏକ ପ୍ରକୃତ ଜରୁରୀକାଳୀନ ପରିସ୍ଥିତିରେ ଜନସାଧାରଣଙ୍କୁ ସଚେତନ କରିବା ଏବଂ ସମ୍ଭାବ୍ୟ ବିପଦକୁ ରୋକିବା ପାଇଁ ବ୍ୟବହାର ହୋଇଥାଏ। ଟିଭି ଚ୍ୟାନେଲରେ ଯୁଦ୍ଧ ସତର୍କତା ସାଇରନ ବାଜିବା ଦ୍ବାରା ଲୋକମାନେ ଭୁଲବଶତଃ ଏହା କେବଳ ଏକ ଟିଭି ପ୍ରସାରଣ ବୋଲି ଭାବିପାରନ୍ତି। ଗୃହ ମନ୍ତ୍ରାଳୟ ଜାରି କରିଥିବା ନିର୍ଦେଶାନାମା ଉଲ୍ଲଙ୍ଘନ କଲେ ଟେଲିଭିଜନ ଚ୍ୟାନେଲଗୁଡ଼ିକ ବିରୋଧରେ ଦୃଢ଼ କାର୍ଯ୍ୟାନୁମଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି।

Related Articles

Back to top button