
ଭାରତୀୟ ବ୍ୟାଟିଂ ସୁପରଷ୍ଟାର ବିରାଟ କୋହଲି କ୍ରିକେଟର ସବୁଠୁ ଲମ୍ବା ଫର୍ମାଟ୍ ଟେଷ୍ଟରୁ ନେଇସାରିଛନ୍ତି ଅବସର
ଭାରତୀୟ ବ୍ୟାଟିଂ ସୁପରଷ୍ଟାର ବିରାଟ କୋହଲି କ୍ରିକେଟର ସବୁଠୁ ଲମ୍ବା ଫର୍ମାଟ୍ ଟେଷ୍ଟରୁ ଅବସର ନେଇସାରିଛନ୍ତି। ସେ ସୋମବାର ଇନଷ୍ଟାଗ୍ରାମରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି। କୋହଲିଙ୍କର ହଠାତ୍ ଏହି ନିଷ୍ପତ୍ତି ସାରା ବିଶ୍ୱକୁ ଚକିତ କରିଦେଇଛି। କୁହାଯାଉଛି ଯେ କୋହଲି ଏପ୍ରିଲ ମାସରେ ହିଁ ବିସିସିଆଇକୁ ଏ ବିଷୟରେ ଜଣାଇଥିଲେ। ତଥାପି, ବୋର୍ଡ ତାଙ୍କୁ ତାଙ୍କ ନିଷ୍ପତ୍ତିର ପୁନର୍ବିଚାର କରିବାକୁ କହିଥିଲେ।ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଚାହୁଁଥିଲା ଯେ ୩୬ ବର୍ଷୀୟ କୋହଲି ଆଗାମୀ ଇଂଲଣ୍ଡ ଗସ୍ତରେ ଭାରତୀୟ ଦଳ ସହିତ ଯାଆନ୍ତୁ, କିନ୍ତୁ ଏହି କିମ୍ବଦନ୍ତୀ ବ୍ୟାଟସମ୍ୟାନ୍ ସବୁଠାରୁ ଲମ୍ବା ଫର୍ମାଟକୁ ବିଦାୟ ଦେବାକୁ ମନ ସ୍ଥିର କରିସାରିଥିଲେ। ଗତ ବୁଧବାର ଅନ୍ୟତମ ଅଭିଜ୍ଞ ବ୍ୟାଟର ତଥା ଅଧିନାୟକ ରୋହିତ ଶର୍ମା ମଧ୍ୟ ଟେଷ୍ଟରୁ ଅବସର ଘୋଷଣା କରିଥିଲେ। ଉଭୟଙ୍କ ହଠାତ୍ ନିଷ୍ପତ୍ତି ଯୋଗୁଁ ଭାରତୀୟ କ୍ରିକେଟ୍ ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।