ପଞ୍ଜାବ ଆଦମପୁର ଏୟାରବେସରେ ଯବାନଙ୍କୁ ଭେଟି ଆଲୋଚନା କରିଛନ୍ତି ମୋଦୀ ।

ଯବାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପଞ୍ଜାବ ଆଦମପୁର ଏୟାରବେସରେ ଯବାନଙ୍କୁ ଭେଟି ଆଲୋଚନା କରିଛନ୍ତି ମୋଦୀ । ଆଜି ସକାଳେ ସକାଳେ ଆଦମପୁର ଗସ୍ତ କରି ସେଠାରେ ଥିବା ବୀର ଯବାନମାନଙ୍କ ସହ ବୀରତ୍ବର ମୁହୂର୍ତ୍ତ ବିତାଇଛନ୍ତି ପ୍ରଧାନମନ୍ତ୍ରୀ । ତେବେ ଭାରତ-ପାକିସ୍ତାନ ଅସ୍ତ୍ରବିରତି ପରେ ପ୍ରଧାନମନ୍ତ୍ରୀ ପ୍ରଥର ଥର ପାଇଁ ଆମ ବୀର ଯବାନଙ୍କ ସହ ସାକ୍ଷାତ କରିଛନ୍ତି । ମୋଦୀଙ୍କ ସହ କଥା ହୋଇ ଯବାନମାନେ ମଧ୍ୟ ଖୁସି ଥିବା ଦେଖିବାକୁ ମିଳିଛି । ଯବାନଙ୍କ ସହ ଫଟୋ ସାମ୍ନାକୁ ଆସିଥିବା ବେଳେ ଏ ଗର୍ବର ମୁହୂର୍ତ୍ତ ଦେଖିଛି ଦେଶ ।ତେବେ ପହଲଗାମ୍ ହମଲା ପରେ ପ୍ରତିଶୋଧ ନେବାକୁ ଅପରେସନ ସିନ୍ଦୂର ଜରିଆରେ ଆମ ବୀର ଯବାନମାନେ ନିଜର ଅଦମ୍ୟ ସାହସ ଦେଖାଇଥିଲେ । ୩ ସେନା ନିଜର ସାହସ ବଳରେ ପାକିସ୍ତାନକୁ ଧୂଳି ଚଟାଇଲା, ଆତଙ୍କୀଙ୍କୁ ସଫା କଲା ।

Related Articles

Back to top button