ଆଜିଶ୍ରୀ ନଅର ସମ୍ମୁଖ ରଥଖଳାରେ ଆରମ୍ଭ ହେଲା ସିଙ୍ଗଡ଼ା ବାଡିଆ କାର୍ଯ୍ୟ

ଆଜିଶ୍ରୀ ନଅର ସମ୍ମୁଖ ରଥଖଳାରେ ଆରମ୍ଭ ହେଲା ସିଙ୍ଗଡ଼ା ବାଡିଆ କାର୍ଯ୍ୟ । ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ଯେତିକି ପାଖେଇ ଆସୁଛି ଚଳଚଞ୍ଚଳ ହେବାରେ ଲାଗିଛି ରଥଖଳା । ରଥଖଳାରେ ଜୋରସୋରରେ ଚାଲିଛି ରଥ କାମ ।ପାରମ୍ପରିକ ଭାବେ ମା’ ଚର୍ଚ୍ଚିକାଙ୍କ ନିକଟରେ ଭୋଇ ସେବାୟତଙ୍କ ପୂଜା ପରେ ନଡ଼ିଆ ବାଡିଆ ଯାଇ ଶୁଭାରମ୍ଭ ହୋଇଛି ସିଙ୍ଗଡ଼ା ବାଡିଆ । ତିନି ରଥର ଚକ ନିର୍ମାଣ ଦ୍ବିତୀୟ ପ୍ରକ୍ରିୟା ଆରମ୍ଭ କରିଛନ୍ତି ଭୋଇ ସେବକମାନେ। ଶ୍ରୀ ନଅର ସମ୍ମୁଖ ରଥଖଳାରେ ଅର ଓ ତୁମ୍ଵ ସଂଯୋଗ କାର୍ଯ୍ୟକୁ ସିଙ୍ଗଡା ବାଡିଆ କୁହାଯାଇଥାଏ। କୋରାମୁଣ୍ଡା ସାହାଯ୍ୟରେ ଅରକୁ ତୁମ୍ଭର ବିନ୍ଧରେ ଭର୍ତ୍ତି କରାଯାଉଛି।

Related Articles

Back to top button