ଆଜିଠାରୁ କାଳବୈଶାଖୀ : ବର୍ଷା ସହ ୪୦ରୁ ୫୦ କିମି ଛୁଇଁପାରେ ପବନର ଝଟ୍‌କା

ରାଜ୍ୟରେ ଆଜିଠାରୁ କାଳବୈଶାଖୀ । ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି, ଗୁରୁବାର ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି, ଗଞ୍ଜାମ ଓ ମୟୂରଭଞ୍ଜରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ।ପବନର ଝଟ୍‌କା ୪୦ରୁ ୫୦ କିମି ଛୁଇଁପାରେ। ଶୁକ୍ରବାର ଓ ଶନିବାର ମଧ୍ୟ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇପାରେ।୨୧ ତାରିଖରେ ରାଜ୍ୟର ପ୍ରାୟ ସବୁଠି ତାପମାତ୍ରା ୨ ଡିଗ୍ରୀ ଯାଏ କମିବ। ୨୪ରେ ଉପକୂଳ ଓ ସଂଲଗ୍ନ କେନ୍ଦ୍ରୀୟ ଓଡ଼ିଶାରେ ୩ ଡିଗ୍ରୀରୁ ଅଧିକ କମିବ। ୨୫ରୁ ପଶ୍ଚିମ ଓଡ଼ିଶାରେ ୩ ଡିଗ୍ରୀରୁ ଅଧିକ କମିପାରେ। ବର୍ଷା ପାଇଁ ଚତୁର୍ଥ ସପ୍ତାହରୁ ତାତି କମିବ। ତାତି କମିବ ହେଲେ ଗୁଳୁଗୁଳିରୁ ତ୍ରାହି ମିଳିବନି। ପାଣିପାଗ ବିଭାଗ ପକ୍ଷରୁ ଏଭଳି ପୂର୍ବାନୁମାନ କରିଛନ୍ତି ।

୧୫ ତାରିଖରୁ ୧୭ ତାରିଖ ଯାଏ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ହୋଇପାରେ । ୨୧ ତାରିଖରେ ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ମୟୂରଭଞ୍ଜରେ ସ୍ୱଳ୍ପ ବର୍ଷା ସମ୍ଭାବନା ଅଛି । କିଛି ସ୍ଥାନରେ ଘଡ଼ଘଡ଼ି ସହ ମଧ୍ୟମ ବର୍ଷା ହୋଇପାରେ । ୨୧ରୁ ୨୪ ତାରିଖ ଯାଏ ଉପକୂଳ ଓଡ଼ିଶା, ୨୪ରେ ପଶ୍ଚିମ ଓଡ଼ିଶାକୁ ଛାଡ଼ି ଅନ୍ୟ ସ୍ଥାନରେ ବର୍ଷା ସମ୍ଭାବନା ଅଛି । ୨୫ ଓ ୨୬ରେ ଦକ୍ଷିଣ ଓଡ଼ିଶାରେ ପ୍ରାକ୍‌ ମୌସୁମୀ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।ବୁଧବାର ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଛି। ଦିନବେଳା ବି ଅଧିକାଂଶ ସ୍ଥାନର ତାପମାତ୍ରା ୨ରୁ ୩ ଡିଗ୍ରୀ କମିଛି। ବୌଦ୍ଧର ଦିନ ତାପମାତ୍ରା ସର୍ବାଧିକ ୪୨.୫ ଡିଗ୍ରୀ ରହିଛି। ସମ୍ବଲପୁର ଓ ବରଗଡ଼ରେ ୪୦.୬ ଡିଗ୍ରୀ, ବଲାଙ୍ଗୀରରେ ୪୦.୨, ନୂଆପଡ଼ାରେ ୪୦ ଡିଗ୍ରୀ ରେକର୍ଡ ହୋଇଛି। ଉପକୂଳ ଓଡ଼ିଶାର ସବୁ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ତଳେ ରହିଥିଲା।

Related Articles

Back to top button