
କୋଭିଡକୁ ନେଇ ଭୟଭୀତ ନ ହେବା ପାଇଁ ଉପଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ
ଆଜି ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଅଶ୍ୱତୀ ଏସ୍ ଜନସାଧାରଣଙ୍କୁ କୋଭିଡକୁ ନେଇ ଭୟଭୀତ ନ ହେବା ପାଇଁ ଉପଦେଶ ଦେଇଛନ୍ତି । ରାଜ୍ୟ ସରକାର କୋଭିଡ୍ ଘଟଣା ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଛନ୍ତି ଏବଂ ଯେକୌଣସି ସ୍ଥିତିର ମୁକାବିଲା ପାଇଁ ପୂର୍ଣ୍ଣ ସଜାଗ ଅଛନ୍ତି ।୨୦୨୦-୨୧ ମସିହାରେ କୋଭିଡ୍ ନିୟନ୍ତ୍ରଣ ପରଠାରୁ ଦେଶର ବିଭିନ୍ନ ରାଜ୍ୟରେ କାଁଭାଁ କୋଭିଡ୍ ଲକ୍ଷଣ ଥିବା ରୋଗ ଦେଖାଯାଉଛି । ଏହି ରୋଗର ଭୟଭୟତାକୁ ପୂର୍ଣ୍ଣ ନିୟନ୍ତ୍ରଣରେ ରଖାଯାଇଛି । ଜନସାଧାରଣଙ୍କର ଟୀକାକରଣ ଏବଂ ଲଗାତର ସରକାରୀ ପ୍ରଚେଷ୍ଟା ଓଡିଶାରେ କୋଭିଡ୍ ପୂର୍ଣ୍ଣ ନିୟନ୍ତ୍ରଣାଧୀନ ଅଛି।