ମନିଟାରି ପଲିସି କମିଟି ବୈଠକରେ ୫୦ ବେସିସ ପଏଣ୍ଟ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି ଆରବିଆଇ

ଋଣ ଗ୍ରହୀତାମାନଙ୍କୁ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ବଡ଼ ଉପହାର ଦେଇଛି। ଆରବିଆଇ ଏହାର ମନିଟାରି ପଲିସି କମିଟି(ଏମପିସି) ବୈଠକରେ ରେପୋ ରେଟ୍‌ ୦.୫% ଅର୍ଥାତ ୫୦ ବେସିସ ପଏଣ୍ଟ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି। ଯାହାଫଳରେ ରେପୋ ରେଟ୍‌ ୬ ପ୍ରତିଶତରୁ ଖସି ୫.୫%ରେ ପହଞ୍ଚିଛି। ଆରବିଆଇର ଏହି ନିଷ୍ପତ୍ତି ଫଳରେ ଲୋନ୍‌ ନେଇଥିବା ଗ୍ରାହକଙ୍କ ଉପରେ ପଡ଼ୁଥିବା ଇଏମଆଇ ଚାପରେ ସାମାନ୍ୟ ଆଶ୍ଵସ୍ତି ମିଳିଛି। ରେପୋ ରେଟ୍‌ ହ୍ରାସ ଫଳରେ ଇଏମଆଇ କମ୍ ଆସିବ। ଏହା ପୂର୍ବରୁ ଆରବିଆଇ ରେପୋ ରେଟ୍‌ ୦.୨୫% ବା ୨୫ ବେସିସ ପଏଣ୍ଟ ହ୍ରାସ କରିଥିଲା।ରେପୋ ରେଟ୍‌ ହ୍ରାସ ସମ୍ପର୍କରେ ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା କହିଛନ୍ତି ଯେ, ବୈଠକରେ ଏସଡିଏଫ ରେଟ୍‌ ୫.୭୫%ରୁ ହ୍ରାସ କରାଯାଇ ୫.୨୫% ପ୍ରତିଶତ କରାଯାଇଛି। ଏମଏସଏଫ ରେଟ୍‌କୁ ବି ହ୍ରାସ କରାଯାଇ ୬.୨୫%ରୁ ୫.୭୫% କରାଯାଇଛି। ରେପୋ ରେଟ୍‌ ହ୍ରାସ କରାଯିବା ଫଳରେ ଆର୍ଥିକ ଅଭିବୃଦ୍ଧିକୁ ସହଯୋଗ ମିଳିବ। ବିଦେଶୀ ମୁଦ୍ରା ଭଣ୍ଡାରରେ ବୃଦ୍ଧି ପରିଲକ୍ଷିତ ହୋଇଛି।

Related Articles

Back to top button