ଦେଶରେ ୫ ହଜାର ଅତିକ୍ରମ କଲା ସକ୍ରିୟ କୋଭିଡ ସଂକ୍ରମିତଙ୍କ ସଂଖ୍ୟା

ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର କୋଭିଡ ଡ୍ୟାସବୋର୍ଡରୁ ମିଳିଥିବା ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟାରେ ୩୯୧ ଜଣ ନୂଆ ସଂକ୍ରମିତ ଚିହ୍ନଟ ହେବା ଫଳରେ ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୫ ହଜାର ୭୫୫କୁ ବୃଦ୍ଧି ପାଇଛି।କେରଳରେ ସର୍ବାଧିକ ୧୨୭ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଠାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ ହଜାର ୮୦୬କୁ ବୃଦ୍ଧି ପାଇଛି।ଗତ ୨୪ ଘଂଟାରେ ୪ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି। ଏହି ୪ ମୃତ୍ୟୁ କେରଳ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଏବଂ ତାମିଲନାଡ଼ୁରେ ହୋଇଛି। ଅନ୍ୟପକ୍ଷରେ ଏ ପର୍ଯ୍ୟନ୍ତ ୫ ହଜାର ୪୮୪ ଲୋକ ସଂକ୍ରମିତ ହେବା ପରେ ସୁସ୍ଥ ହୋଇଥିବା ସୂଚନା ମିଳିଛି।

Related Articles

Back to top button