ମେଡ଼ିସିନ ଷ୍ଟୋରରେ ବେଆଇନ ଗର୍ଭପାତ କିଟ ବିକ୍ରି ନେଇ ଚଢ଼ାଉ

ରାଜଧାନୀରେ ଚାଲିଥିଲା ବେଆଇନ ଗର୍ଭପାତ ! ମେଡ଼ିସିନ ଷ୍ଟୋରରେ ମିଳୁଥିଲା ବେଆଇନ ଗର୍ଭପାତ କିଟ । ବିନା ଡାକ୍ତରୀ ପ୍ରେସକ୍ରିପସନରେ ଏହି କିଟ ବିକ୍ରି କରିବା ନେଇ ଅଭିଯୋଗ । ଅଭିଯୋଗ ପରେ ଆରମ୍ଭ ହେଲା ଚଢ଼ାଉ । ଡ୍ରଗ୍ କଣ୍ଟ୍ରୋଲର ଙ୍କ ପକ୍ଷରୁ ନୟାପଲ୍ଲୀ ଅଞ୍ଚଳରେ ଚଢ଼ାଉ ଜାରି । ନୟାପଲ୍ଲୀ N1 ଅଞ୍ଚଳରେ ଥିବା ଏକାଧିକ ମେଡ଼ିସିନ ଷ୍ଟୋରରେ ଚଢ଼ାଉ । ଚଢ଼ାଉ ବେଳେ କିଛି unwanted kiit ମିଳିଛି ।ଏସବୁ ବିନା ଡାକ୍ତର ଅନୁମତିରେ ବିକ୍ରି କରିବା ବେଆଇନ ହୋଇଥିବା ବେଳେ ପ୍ରତିଷ୍ଠିତ ମେଡ଼ିସିନ ଦୋକାନ ମାନଙ୍କରେ ବିକ୍ରି ନେଇ ପୂର୍ବରୁ ଖବର ମିଳିଥିଲା । ଖବର ଆଧାରରେ ଆଜି ଚଢ଼ାଉକୁ ବ୍ୟାପକ କରାଯାଇଛି ।

Related Articles

Back to top button