ପ୍ରବାସ ନୀତି ବିରୋଧରେ ଲସ୍ ଆଞ୍ଜେଲସ୍‌ରେ ହଜାର ହଜାର ଲୋକଙ୍କ ପ୍ରତିବାଦ

ଆମେରିକାରେ ତେଜିବାରେ ଲାଗିଛି ଟ୍ରମ୍ପ ବିରୋଧୀ ଆନ୍ଦୋଳନ । ପ୍ରବାସ ନୀତି ବିରୋଧରେ ଲସ୍ ଆଞ୍ଜେଲସ୍‌ରେ ହଜାର ହଜାର ଲୋକଙ୍କ ପ୍ରତିବାଦ । ଗତ ଦୁଇ ଦିନ ଧରି ବିଭିନ୍ନ ସ୍ଥାନରେ ଚାଲିଥିବା ପ୍ରତିବାଦରେ ହିଂସା ଦେଖିବାକୁ ମିଳିଛି । ପ୍ରବାସ ବିଭାଗର କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ପ୍ରତିବାଦକାରୀ ମାନେ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ପୁଲିସ ପ୍ରଶାସନ ପକ୍ଷରୁ ବଳପ୍ରୟୋଗ ପୂର୍ବକ ଭିଡ଼କୁ ଘଉଡ଼ାଇବାକୁ ଉଦ୍ୟମ କରାଯାଉଛି । ସେପଟେ ଆନ୍ଦୋଳନକାରୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଷ୍ଟ୍ରପତି ଟ୍ରମ୍ପ । ରାଷ୍ଟ୍ରପତି ଟ୍ରମ୍ପ ହିଂସା ଉପରେ ଅସନ୍ତୋଷ ପ୍ରକାଶ କରିବା ସହ କାଲିଫର୍ନିଆର ଗଭର୍ଣ୍ଣର ପରିସ୍ଥିତିକୁ ନିୟନ୍ତ୍ରଣ ନକରିପାରିବାକୁ ନେଇ ତାଗିଦ କରିଛନ୍ତି ।ଯାହାକୁ ବିରୋଧ କରିବା ସହ ଉତ୍ତେଜନା ବୃଦ୍ଧି କରିବାକୁ ଧମକ ଦେଇଛନ୍ତି କାଲିଫର୍ନିଆର ଗଭର୍ଣ୍ଣର । ହ୍ୱାଇଟ୍ ହାଉସ୍ ଶନିବାର ଏକ ବିବୃତ୍ତିରେ କହିଛି ଯେ ଟ୍ରମ୍ପ କାଲିଫର୍ନିଆରେ ବିଶୃଙ୍ଖଳା ଦୂର କରିବା ପାଇଁ ନ୍ୟାସନାଲ୍ ଗାର୍ଡମାନଙ୍କୁ ନିୟୋଜିତ କରୁଛନ୍ତି । କାଲିଫର୍ନିଆର ରାଜ୍ୟପାଳ ଗାଭିନ୍ ନ୍ୟୁସମ୍ ଏହାର ପ୍ରତିବାଦ କରିଛନ୍ତି ଏବଂ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି କହିଛନ୍ତି ଯେ ‘ରିପବ୍ଲିକାନ୍ ରାଷ୍ଟ୍ରପତିଙ୍କ ଏହି ପଦକ୍ଷେପ ଜାଣିଶୁଣି ଉତ୍ତେଜନାପୂର୍ଣ୍ଣ ଏବଂ କେବଳ ଉତ୍ତେଜନା ବୃଦ୍ଧି କରିବ । ସେ କହିଛନ୍ତି, ‘ଏହା ଭୁଲ ମିଶନ ଏବଂ ଏହା ଜନସାଧାରଣଙ୍କ ବିଶ୍ୱାସକୁ ନଷ୍ଟ କରିବ ।

Related Articles

Back to top button