ରଜପର୍ବରେ ସାମୁହିକ ସମାବେଶ ବେଳେ ଭୋଜି ବାରଣ

ଯାଜପୁର ଜିଲ୍ଲାରେ ରଜପର୍ବ ବେଳେ ଭୋଜି ମନା । ରଜପର୍ବରେ ସାମୁହିକ ସମାବେଶ ବେଳେ ଭୋଜି ବାରଣ କରାଯାଇଛି। ଜିଲ୍ଲାରେ କଲେରା ଚିହ୍ନଟ ଯୋଗୁଁ ଜିଲ୍ଲା ପ୍ରଶାସନ ଏଭଳି ପରାମର୍ଶ ଦେଇଛି। ଘର ରନ୍ଧା ଖାଦ୍ୟ , ଫୁଟା ଓ ଫିଲ୍ଟର ପାଣି ପିଇବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ନଦୀ, ନାଳ , ପୋଖରୀ ପାଣିରେ ନିତ୍ୟ ବ୍ୟବହାର୍ଯ୍ୟ କାର୍ଯ୍ୟ କରିବାକୁ ଲୋକଙ୍କୁ ମନା କରାଯାଇଛି। ଜିଲ୍ଲାରେ ଝାଡାବାନ୍ତି ଲାଗି ରହିଥିବାରୁ ପ୍ରଶାସନ ପକ୍ଷରୁ ଏଭଳି ସୂଚନା ଜାରି କରାଯାଇଛି।ଗତ ୫ ଦିନ ହେବ ଯାଜପୁର ଜିଲ୍ଲାରେ କଲେରା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଗତକାଲି ୪୧ ନମୁନା ପରୀକ୍ଷାରେ ୮ କଲେରା ଚିହ୍ନଟ ହୋଇଥିଲା। ଯାଜପୁର ଜିଲ୍ଲାରୁ ଆହୁରି ଦୁଇ ଶହ ନମୁନା ଯାଇଛି। ବ୍ୟାସନଗର , ବଡଚଣା ଓ ଧର୍ମଶାଳା ମେଡିକାଲରେ ଏହି ରୋଗୀମାନେ ଚିକିତ୍ସାଧୀନ ଅଛନ୍ତି। ଯାଜପୁର ଜିଲ୍ଲାରେ ଝାଡାବାନ୍ତି ନେଇ ମୁଖ୍ୟ ଶାସନ ସମୀକ୍ଷା କରିଥିଲେ। ରୋଗ ନିରାକରଣ କାର୍ଯ୍ୟକ୍ରମ ବ୍ୟାପକ କରିବାକୁ ସେ ନିର୍ଦେଶ ଦେଇଛନ୍ତି ।

Related Articles

Back to top button