
ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ରେଜଲ୍ଟ ପ୍ରକାଶ
ପ୍ରକାଶ ପାଇଲା ନିଟ୍-ୟୁଜି ୨୦୨୫ ପରୀକ୍ଷା ଫଳ । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ରେଜଲ୍ଟ ପ୍ରକାଶ କରାଯାଇଛି । ରାଜସ୍ଥାନର ମହେଶ କୁମାର ସର୍ବଭାରତୀୟ ସ୍ତରରେ ଟପ୍ପର ହୋଇଛନ୍ତି । ସ୍ନେହାଶିଷ ଦାଶ ଓଡ଼ିଶା ଟପ୍ପର ହୋଇଛନ୍ତି । ସର୍ବଭାରତୀୟ ରାଙ୍କରେ ୬୦ତମ ସ୍ଥାନରେ ରହିଛନ୍ତି ସ୍ନେହାଶିଷ । ମେ ୪ରେ ଗୋଟିଏ ସିଫ୍ଟରେ ୨୦ଲକ୍ଷ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ରେଜଲ୍ଟ ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀମାନଙ୍କୁ ଇ-ମେଲ୍ରେ ସ୍କୋରକାର୍ଡ ଦେଖିବାକୁ ପରାମର୍ଶ ଦିଆଯାଇଛି ।