
ଉଦଳା ମେଡିକାଲରେ ପ୍ରାୟ ୨୫ରୁ ଅଧିକ ଝାଡାବାନ୍ତିରେ ଆକ୍ରାନ୍ତ
ଜିଲାରୁ ଜିଲାକୁ ବ୍ୟାପୁଛି ଝାଡାବାନ୍ତି । ଉଦଳା ମେଡିକାଲରେ ପ୍ରାୟ ୨୫ରୁ ଅଧିକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବା ବୁଧବାର ଖବର ସାମ୍ନାକୁ ଆସିଛି । ଉଦଳା ଆଖପାଖରେ ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ସେହିପରି ଯାଜପୁରରେ ଆଉ ୪୯ ନମୁନାରୁ ଆଉ ୧୬ କଲେରା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏନେଇ ଯାଜପୁର ସିଡିଏମ୍ଓ ସୂଚନା ଦେଇଛନ୍ତି । ଦୁଇଟି ପର୍ଯ୍ୟାୟରେ ହୋଇଥିବା ନମୁନାରୁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୨୧ରୁ ୧୧ ଓ ପରବର୍ତ୍ତୀ ୨୮ ନମୁନାରୁ ୫ କଲେରା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।ଜିଲାରୁ ଜିଲାକୁ ଝାଡାବାନ୍ତି ବ୍ୟାପୁଥିବାରୁ ସବୁ ଜିଲାକୁ ଆଲର୍ଟରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ସ୍ୱାସ୍ଥ୍ୟ ସଚିବ ଅଶ୍ୱତୀ ଏସ୍ଙ୍କ କହିଛନ୍ତି, କେବଳ ୫ ଜିଲା ନୁହେଁ ସବୁ ଜିଲା ଆଲର୍ଟରେ ରହିବେ । ପ୍ରତ୍ୟେକ ଦିନ ରାଜ୍ୟ ସ୍ତରୀୟ ସମୀକ୍ଷା ହେବ ।ରୋଗୀଙ୍କୁ ୨୪ ଘଣ୍ଟିଆ ନିରୀକ୍ଷଣରେ ରଖାଯାଇଛି ।