ରାୟଗଡା ସଦର ବ୍ଳକର ବିଭିନ୍ନ ଗାଁରେ ଝାଡାବାନ୍ତିର ପ୍ରକୋପ : ପ୍ରତିଦିନ ୭ରୁ ୮ ଜଣ ରୋଗୀ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

ଜିଲ୍ଲାରେ ବ୍ୟାପିବାରେ ଲାଗିଛି ଝାଡ଼ାବାନ୍ତି । ରାୟଗଡା ସଦର ବ୍ଳକର କୁର୍ଲି, ପେଣ୍ଟା ଓ ପିତାମହଲ ସମେତ କୋଲୋନରା ବ୍ଳକର ସୁରୀ ଗାଁରେ ଝାଡାବାନ୍ତିର ପ୍ରକୋପ । ପ୍ରତିଦିନ ୭ରୁ ୮ ଜଣ ରୋଗୀ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହେଉଛନ୍ତି ।ବର୍ଷା ଲାଗିରହିଥିବାରୁ ଆଗକୁ ଝାଡାବାନ୍ତି ରୋଗୀଙ୍କ ସଂଖ୍ୟା ବଢିପାରେ ବୋଲି ଆଶଙ୍କା ରହିଛି । ଝାଡ଼ାବାନ୍ତି ବ୍ୟାପୁଥିବାରୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସଜାଗ ରହିଛି । ବହୁ ପରିମାଣରେ ସାଲାଇନ, ଓଆରଏସ ସହ ଔଷଧ ମହଜୁଦ ରଖାଯାଇଛି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।ଏହି ଝାଡାବାନ୍ତି ଦୂଷିତ ଜଳ ସହ ଅପରିଷ୍କାର ବାହାର ଖାଦ୍ୟ ଦ୍ୱାରା ବ୍ୟାପୁଥିବାରୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଟିମ କରାଯାଇଛି । ସହରର ବିଭିନ୍ନ ସ୍ଥାନରେ ଜଳଖିଆ ଦୋକାନ ମାନଙ୍କରେ ଚଢାଉ କରାଯିବ ବୋଲି କହିଛନ୍ତି କହିଛି ଜିଲ୍ଲା ପ୍ରଶାସନ।

Related Articles

Back to top button