ଅଦାଲତ ଅବମାନନା ଅଭିଯୋଗରେ ଶେଖ୍ ହସିନାଙ୍କୁ ୬ ମାସ ଜେଲ ଦଣ୍ଡାଦେଶ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ୬ ମାସ ଜେଲ୍‌ ଦଣ୍ଡରେ ଦଣ୍ଡିତ କରାଯାଇଛି। ଅଦାଲତ ଅବମାନନା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରାଯାଇ ହସିନାଙ୍କୁ ୬ ମାସ ଜେଲ ଦଣ୍ଡାଦେଶ ହୋଇଛି। ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ବୁଧବାର ତିନି ଜଣିଆ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି।ବାଂଲାଦେଶୀ ଗଣମାଧ୍ୟମ ଅନୁସାରେ, ଅନ୍ତର୍ଜାତୀୟ ଅପରାଧ ଅଦାଲତଙ୍କ ଖଣ୍ଡପୀଠର ଅଧ୍ୟକ୍ଷତା ଜଷ୍ଟିସ୍ ମହମ୍ମଦ ଗୁଲାମ ମୁର୍ତଜା ମଜୁମଦାର କରିଥିଲେ। ପ୍ରଥମ ଥର ପାଇଁ କୌଣସି ମାମଲାରେ ଶେଖ ହସିନାଙ୍କୁ ଜେଲ ଦଣ୍ଡ ହୋଇଛି।

Related Articles

Back to top button