
ଭାରତ-ଇଂଲଣ୍ଡ ୨ୟ ଟେଷ୍ଟ ମ୍ୟାଚରେ ଟିମ ଇଣ୍ଡିଆ ଅଧିନାୟକ ଶୁବମନ ମିଲ୍ ଦ୍ଵିଶତକ ହାସଲ କରି ରଚିଛନ୍ତି ଇତିହାସ
ବର୍ମିଂହାମରେ ଚାଲିଥିବା ଭାରତ-ଇଂଲଣ୍ଡ ୨ୟ ଟେଷ୍ଟ ମ୍ୟାଚରେ ଟିମ ଇଣ୍ଡିଆ ଅଧିନାୟକ ଶୁବମନ ମିଲ୍ ଦ୍ଵିଶତକ ହାସଲ କରି ଇତିହାସ ରଚିଛନ୍ତି। ଏହା ହେଉଛି ଟେଷ୍ଟ କ୍ୟାରିଅରରେ ଗିଲ୍ଙ୍କ ପ୍ରଥମ ଦ୍ଵିଶତକ। ଗିଲଙ୍କ ଦ୍ଵିଶତକ ସାଙ୍ଗକୁ ଯଶସ୍ଵୀ ଜୟସଓ୍ବାଲଙ୍କ ୮୭ ଏବଂ ରବୀନ୍ଦ୍ର ଜାଡେଜାଙ୍କ ଲଢ଼ୁଆ ୮୯ ରନ ବଳରେ ଭାରତ ୨ୟ ଟେଷ୍ଟରେ ଦୃଢ଼ ସ୍ଥିତିରେ ରହିଛି। ୨ୟ ଦିନର ୨ୟ ଅଧିବେସନ ଖେଳ ଜାରି ରହିଥିବାବେଳେ ଟିମ ଇଣ୍ଡିଆ ୬ ଉଇକେଟ ହରାଇ ୪୮୪ ରନ ସଂଗ୍ରହ କରିଛି। ଗିଲ୍ ୨୧୦ ଏବଂ ଓ୍ବାଶିଂଟନ ସୁନ୍ଦର ୨୩ ରନ କରି ଅପରାଜିତ ରହିଛନ୍ତି।ଇଂଲଣ୍ଡ ପକ୍ଷରୁ କ୍ରିସ ଓ୍ବକ୍ସ ୨ଟି ଉଇକେଟ ନେଇଥିବାବେଳେ ବ୍ରାଇଡନ କାର୍ସେ, ଜସ ଟଙ୍ଗ, ବେନ୍ ଷ୍ଟୋକ୍ସ ଏବଂ ଶୋଏବ ବାଶିର ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଛନ୍ତି। ପ୍ରଥମ ମ୍ୟାଚରେ ଭାରତ ଭଲ ପ୍ରଦର୍ଶନ କରିଥିଲେ ହେଁ ୨ୟ ପାଳିରେ ବ୍ୟାଟିଂ ବିପର୍ଯ୍ୟୟ ଯୋଗୁ ପରାଜିତ ହୋଇଥିଲା। ପ୍ରଥମ ମ୍ୟାଚର ତ୍ରୁଟିକୁ ସୁଧାରି ଟିମ ଇଣ୍ଡିଆ ପଡ଼ିଆକୁ ଓହ୍ଲାଇଛି।