ବାହୁଡ଼ା ଯାତ୍ରା ଏବଂ ସୁନାବେଶ ପାଇଁ ପୁଣି ଥରେ ଟ୍ରାଫିକ୍ କଟକଣା ଜାରି କରିଛି ପୁରୀ ପୋଲିସ

ଆଉ ମାତ୍ର ଗୋଟିଏ ଦିନ ପରେ ଜନ୍ମବେଦୀ ଛାଡ଼ି ପୁଣି ରତ୍ନବେଦୀକୁ ବାହୁଡ଼ିବେ ଚତୁର୍ଦ୍ଧାମୂର୍ତ୍ତି । ଆସନ୍ତା ଶନିବାର ଅନୁଷ୍ଠିତ ହେବା ବାହୁଡ଼ା ଯାତ୍ରା । ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ତିନି ରଥଙ୍କର ଦକ୍ଷିଣ ମୋଡ଼ ହୋଇଛି । ଗତକାଲି ଦେବଦଳନ ଏବଂ ତାଳଧ୍ୱଜ ରଥ ଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାର ନିକଟରେ ଲାଗିଥିବାବେଳେ ଆଜି ସକାଳେ ନନ୍ଦିଘୋଷ ନାକଚଣା ଦ୍ୱାର ନିକଟରେ ଲାଗିଛି । ବାହୁଡ଼ା ଯାତ୍ରା ଏବଂ ସୁନାବେଶରେ ମଧ୍ୟ ମହାପ୍ରଭୁଙ୍କ ଦର୍ଶନ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ । ଏଥିପାଇଁ ପୋଲିସ ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କରାଯାଉଛି । ତେବେ ଯାତ୍ରୀଙ୍କ ପାଇଁ ପୁଣି ଥରେ ଟ୍ରାଫିକ୍ କଟକଣା ଜାରି କରି ପୁରୀ ପୋଲିସ । 

Related Articles

Back to top button