ହୀରାକୁଦର ଜଳଭଣ୍ଡାରର ୪ଟି ଗେଟ୍‌କୁ ବନ୍ଦ କରାଯାଇଛି

ହୀରାକୁଦର ଜଳଭଣ୍ଡାରର ୪ଟି ଗେଟ୍‌କୁ ବନ୍ଦ କରାଯାଇଛି । ବର୍ତ୍ତମାନ ୧୬ଟି ଗେଟ ଦେଇ ମହାନଦୀକୁ ପାଣି ନିଷ୍କାସିତ ହୋଇ । ଏହା ସହିତ ଜଳଭଣ୍ଡାରର ଜଳସ୍ତର ୬୦୬.୭୭ ଫୁଟକୁ ହ୍ରାସ ପାଇଛି । ଗତ ୬ ତାରିଖରେ ହୀରାକୁଦର ଜଳ ସ୍ତର ବୃଦ୍ଧି ପାଉଥିବାରୁ ପର୍ଯ୍ୟାୟ କ୍ରମରେ ୨୦ଟି ଗେଟ୍ ଖୋଲା ଯାଇଥିଲା । ପରବର୍ତ୍ତୀ ମୁହୂର୍ତ୍ତରେ ଜଳ ସ୍ତର ହ୍ରାସ ପାଇବା ପରେ ମଙ୍ଗଳବାର ସନ୍ଧ୍ୟାରେ ୪ଟି ଗେଟ୍‌କୁ ବନ୍ଦ କରାଯାଇଛି । ବର୍ତ୍ତମାନ ଜଳଭଣ୍ଡାରକୁ ସେକେଣ୍ଡ ପିଛା ୨ ଲକ୍ଷ ୧୨ ହଜାର ୬୫୧ ଘନଫୁଟ ଜଳ ପ୍ରବେଶ କରୁଥିବାବେଳେ ୩ ଲକ୍ଷ ୨୪ ହଜାର ୯୩୧ କ୍ୟୁସେକ୍‌ ଜଳ ନିଷ୍କାସିତ ହେଉଛି । ସେପଟେ ମୁଣ୍ଡଳୀ ଦେଇ ବନ୍ୟା ଜଳ ପ୍ରବାହିତ ହେଉଛି । ଆଜି ସକାଳ ୧୧ଟାରେ ମୁଣ୍ଡଳିରେ ୪ ଲକ୍ଷ ୪୭ ହଜାର ୬୦୯ କ୍ୟୁସେକ ଜଳ ପ୍ରବାହିତ ଆଜି ସକାଳ ୫ ଟାରୁ ୧୧ଟା ପର୍ଯ୍ୟନ୍ତ ସ୍ଥିର ରହିଛି ବନ୍ୟାଜଳ ନିଷ୍କାସିତ ହେଉଛି ।

Related Articles

Back to top button