
ଇରାନର ସର୍ବୋଚ୍ଚ ନେତାଙ୍କ ବରିଷ୍ଠ ଉପଦେଷ୍ଟା ଡୋନାଲ୍ଡ ଟ୍ରମ୍ପଙ୍କ ବିରୁଦ୍ଧରେ ଦେଇଛନ୍ତି ଏକ ବିସ୍ଫୋରକ ମନ୍ତବ୍ୟ
ଇରାନ ଟାର୍ଗେଟ୍ରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ । ଇରାନର ସର୍ବୋଚ୍ଚ ନେତାଙ୍କ ଜଣେ ବରିଷ୍ଠ ଉପଦେଷ୍ଟା ଜାଭାଦ ଲାରିଜାନୀ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୁଦ୍ଧରେ ଏକ ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି । ଜାଭାଦ କହିଛନ୍ତି, ଟ୍ରମ୍ପ ମାର-ଏ-ଲାଗୋରେ ମଧ୍ୟ ସୁରକ୍ଷିତ ନୁହନ୍ତି । ମାର-ଏ-ଲାଗୋ ହେଉଛି ଟ୍ରମ୍ପଙ୍କ ବାସସ୍ଥାନ, ଯାହା ଫ୍ଲୋରିଡାରେ ରହିଛି । ଗୋଟିଏ ମାଇକ୍ରୋ ଡ୍ରୋନ ଟ୍ରମ୍ପଙ୍କୁ ଟାର୍ଗେଟ୍ କରିପାରେ ବୋଲି ଜାଭାଦ କହିଛନ୍ତି । ଏହି ମନ୍ତବ୍ୟ ଇରାନ ଟ୍ରମ୍ପଙ୍କୁ ହତ୍ୟା କରିବା ପାଇଁ ଯୋଜନା କରୁଛି ବୋଲି ସନ୍ଦେହ ସୃଷ୍ଟି କରିଛି । ଏକ ରିପୋର୍ଟ ଅନୁଯାୟୀ, ଇରାନ ମାର-ଏ-ଲାଗୋରେ ଡ୍ରୋନ ଆକ୍ରମଣ ପାଇଁ ୩୦ ମିଲିୟନ ଡଲାରର ପୁରସ୍କାର ରାଶି ଘୋଷଣା କରିଛି । ଏହି ମନ୍ତବ୍ୟ ଜୁଲାଇ ୯ରେ ଆସିଥିଲା ।ଏହି ଧମକ ବିଷୟରେ ପଚରାଯିବାରୁ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଏହାର ଜବାବ ଦେଇ କହିଛନ୍ତି, ବହୁତ ଦିନ ବିତିଗଲାଣି…ମୁଁ ଜାଣେ ନାହିଁ । ଚେତାବନୀ ଉପରେ ଟ୍ରମ୍ପ ଆହୁରି କହିଛନ୍ତି, ‘ମୁଁ ଭାବୁଛି ଏହା ଏକ ବିପଦ । ମୁଁ ନିଶ୍ଚିତ ଯେ ଏହା ପ୍ରକୃତରେ ବଡ଼ ବିପଦ ନୁହେଁ । ଯୁକ୍ତରାଷ୍ଟ୍ର ଗୁପ୍ତଚରୀ ସଂସ୍ଥ୍ୟା ବିବୃତି ଜାରି କରି କହିଛି , ଆମେ ଏକ ଉଚ୍ଚ ଏବଂ ଅତ୍ୟନ୍ତ ଗତିଶୀଳ ବିପଦ ପରିବେଶରେ କାର୍ଯ୍ୟ କରୁ ଏବଂ ରାଷ୍ଟ୍ରପତି ଏବଂ ଆମର ସମସ୍ତ ସୁରକ୍ଷାପ୍ରାପ୍ତ ବ୍ୟକ୍ତିଙ୍କ ସୁରକ୍ଷା ଏବଂ ସୁରକ୍ଷା ଆମର ସର୍ବୋଚ୍ଚ ପ୍ରାଥମିକତା ରହିଛି ।