
ପ୍ରେସ୍ ମିଟ୍ କରି ବିଜେଡି ଉପରେ ବର୍ଷିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ
ପ୍ରେସ୍ ମିଟ୍ କରି ବିଜେଡି ଉପରେ ବର୍ଷିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ । ସିଧା ପ୍ରଶ୍ନ କରିଛନ୍ତି ପୂର୍ବ ସରକାରଙ୍କୁ । ବିଜେଡ଼ି ସରକାର ଓଡିଶାକୁ 24 ବର୍ଷ ଶାସନ କରିଛି । ଯିଏ ଏବେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି, ସେହି ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିଲେ, ଯାହା ସବୁ ଘଟଣା ତାଙ୍କ ସରକାର ସମୟରେ ହୋଇଛି, ସମସ୍ତେ ଜାଣିଛନ୍ତି । ପୀଡ଼ିତାଙ୍କୁ ଭେଟିବା ପାଇଁ ଥରେ ବି ତତ୍କାଳୀନ ମୁଖ୍ୟମନ୍ତ୍ରୀ ଯାଇଥିଲେ କି ? କଂଗ୍ରେସ ମଧ୍ୟ 40 ବର୍ଷ ସରକାରରେ ଥିଲା । ବହୁତ ସଂଖ୍ୟାରେ ମହିଳା ମାନଙ୍କ ସହ ଅଘଟଣ ହୋଇଛି । କେବେ ବି ରାଷ୍ଟ୍ରପତି ଆସିଥିଲେ କି ? ବିଜେଡ଼ି ଓ କଂଗ୍ରେସ ଏବଂ ଦିଲ୍ଲୀରୁ ଆସିଥିବା କଂଗ୍ରେସ ନେତା ମାନେ ବାତାବରଣକୁ ଅଶାନ୍ତ କରୁଛନ୍ତି । ବିଜେଡ଼ି 24 ବର୍ଷ ସରକାର ଭିତରେ ଜଣେ ମୁଖ୍ୟମନ୍ତ୍ରୀ ଥିଲେ । କଂଗ୍ରେସ 40 ବର୍ଷ ସରକାରରେ ଥିଲା ।
କାହିଁକି ସେମାନେ ଏବେ ଯାଏଁ ମହିଳା ସୁରକ୍ଷା ପାଇଁ ଇକୋ ସିଷ୍ଟମ ତିଆରି କରିନଥିଲେ ? ଦୋଷାରୋପଣ ରାଜନୀତି ଚାଲିଛି । ବିରୋଧୀ ନିଜ ଅସ୍ତିତ୍ଵ ରକ୍ଷା ପାଇଁ ଏହି ସବୁ କାର୍ଯ୍ୟକ୍ରମ କରୁଛନ୍ତି । ସେମାନେ ନିଜ ଆତ୍ମସମୀକ୍ଷା କରି ରାଜରାସ୍ତାକୁ ଓହ୍ଲାଇଥିଲେ ଭଲ ହୋଇଥାନ୍ତା । ମହିଳା ମାନଙ୍କୁ ନିଜ ସମୟରେ ସେମାନେ କେତେ ନ୍ୟାୟ ଦେଇଛନ୍ତି, ଆମେ ଜାଣିଛୁ । କେବଳ ସାର୍ଥକ ରହିବା ପାଇଁ, ପ୍ରାସଙ୍ଗିକ ରହିବା ପାଇଁ ଏବଂ ନ୍ୟୁଜରେ ରହିବା ପାଇଁ ଏଭଳି କରୁଛନ୍ତି କଂଗ୍ରେସ ଏବଂ ବିଜେଡ଼ି । ବିରୋଧୀଙ୍କ ଆନ୍ଦୋଳନକୁ ସମସ୍ତେ ନାପସନ୍ଦ କରୁଛନ୍ତି । ସୋସିଆଲ ମିଡ଼ିଆ ପୋଷ୍ଟ ଦେଖାଇ ବିରୋଧୀଙ୍କୁ ଘେରିଲେ ଅପରାଜିତା । କିପରି ଭାବେ ବିଜେଡ଼ି ଓ କଂଗ୍ରେସ କର୍ମୀ ମାନେ ପୀଡ଼ିତା ଝିଅଙ୍କୁ ଅତ୍ୟାଚାର କରୁଥିଲେ ।
ଏଭଳି ସମୟରେ ବିରୋଧୀଙ୍କ ବ୍ୟବହାରକୁ ଲୋକ ନିନ୍ଦା କରୁଛନ୍ତି । ଡାହାଣୀ ହୋଇ ଲାଗୁଛନ୍ତି, ଗୁଣିଆ ହୋଇ ଝାଡୁଛନ୍ତି । ବିଜେଡ଼ି ଏବଂ କଂଗ୍ରେସ ଯଦି ମହିଳାଙ୍କ ସୁରକ୍ଷା ନିଶ୍ଚିତ କରିଥାନ୍ତେ, ତେବେ କେବେ ବି ଏଭଳି ଘଟଣା ଘଟିନଥାନ୍ତା । ନାଁ ନ ନେଇ ଅଳକା ଲାମ୍ବାଙ୍କୁ ଟାର୍ଗେଟ କଲେ ଅପରାଜିତା । ଜଣେ ମହିଳା ନେତ୍ରୀ ବାତାବରଣକୁ ଅଶାନ୍ତ କରିବା ପାଇଁ ଦିଲ୍ଲୀରୁ ଆସିଲେ । ମହିଳା ସୁରକ୍ଷା ଉପରେ କହିବା ପାଇଁ କଂଗ୍ରେସ ଏବଂ ବିଜେଡ଼ିର ନୈତିକ ଅଧିକାର ନାହିଁ ବୋଲି ଅପରାଜିତା ଷଡ଼ଙ୍ଗୀ ।