ରେଭେନ୍ସା ବିଶ୍ୱବିଦ୍ୟାଳୟ ପକ୍ଷରୁ ଜାରି ହୋଇଥିବା କଟକଣାକୁ ପ୍ରତ୍ୟାହୃତ କରାଯାଇଛି

ରେଭେନ୍ସା ବିଶ୍ୱବିଦ୍ୟାଳୟ ପକ୍ଷରୁ ଜାରି ହୋଇଥିବା କଟକଣାକୁ ପ୍ରତ୍ୟାହୃତ କରାଯାଇଛି । କଣ ପାଇଁ ନିର୍ଦ୍ଦେଶ ଜାରି ହୋଇଥିଲା ଏବଂ କଣ ପାଇଁ ପୁଣି ପ୍ରତ୍ୟାହାର କରାଯାଇଛି ତାହା ସ୍ପଷ୍ଟ ହୋଇ ପାରିନାହିଁ । ଗତକାଲି ରେଭେନ୍ସା କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ଜାରି କରିଥିଲେ ଯେ ସନ୍ଧ୍ୟା 5ଟା 30 ପରେ କୌଣସି ମହିଳା ଅଧ୍ୟାପିକା, କର୍ମଚାରୀ ଏବଂ ଛାତ୍ରୀମାନେ ବିଶ୍ୱବିଦ୍ୟାଳୟ ପରିସରରେ ରହି ପାରିବେ ନାହିଁ । ସମସ୍ତ ମହିଳା କର୍ମଚାରୀ ଏବଂ ଛାତ୍ରୀ ସନ୍ଧ୍ୟା ପରେ କ୍ୟାମ୍ପସ୍ ଭିତରେ ରହିପାରିବେ ନାହିଁ । ଏସ୍ଓପି ନ ଆସିବା ଯାଏଁ ଏହି କଟକଣା ବଳବତ୍ତର ରହିବ ବୋଲି କୁହାଯାଇଥିଲା ।

Related Articles

Back to top button