ଅନୁପ୍ରବେଶକାରୀଙ୍କୁ କଡା ଚେତାବନୀ ଦେଲେ ପ୍ରଧାନମନ୍ତ୍ରୀ: କହିଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମବଙ୍ଗର ଦୁର୍ଗାପୁରରେ ଆୟୋଜିତ ଏକ ରାଲିକୁ ସମ୍ବୋଧିତ କରି ବଡ ହୁଙ୍କାର ଦେଇଛନ୍ତି । ସେ ଅନୁପ୍ରବେଶକାରୀଙ୍କୁ କଡା ଚେତାବନୀ ଦେଇ କହିଛନ୍ତି ଯେ, ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ହେଲେ ରାଜ୍ୟର ତୃଣମୂଳ କଂଗ୍ରେସ ସରକାର ଅନୁପ୍ରବେଶକାରୀଙ୍କ ସପକ୍ଷରେ ଅଭିଯାନ ଆରମ୍ଭ କରି ଦେଇଛି । ଟିଏମସିର ଏହି ମୁଖା ପୂରା ଦେଶ ଦେଖି ସାରିଛି । ଟିଏମସି ସରକାର ଖୋଲାଖୋଲି ଅନୁପ୍ରବେଶକାରୀଙ୍କ ସମର୍ଥନରେ ଆଗକୁ ଆସୁଛନ୍ତି । କିନ୍ତୁ ମୁଁ କହି ରଖୁଛି ଯେ, ଯିଏ ଭାରତର ନାଗରିକ ନୁହେଁ ତାଙ୍କ ବିରୋଧରେ ନିଶ୍ଚୟ କାର୍ଯ୍ୟାନୁଷ୍ଠାନ ନିଆଯିବ ।ଏହା ପୂର୍ବରୁ ପିଏମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ପଶ୍ଚିମବଙ୍ଗରେ ପ୍ରାୟ ୫ ହଜାର ୪୦୦ କୋଟିର ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଏଥିରେ ତେଲ ଓ ଗ୍ୟାସ, ବିଜୁଳି, ରେଳ ଓ ସଡକ ସଂପର୍କିତ ପ୍ରକଳ୍ପ ରହିଛି । ଦୁର୍ଗାପୁର ରାଲିରେ ଜନତାଙ୍କୁ ସମ୍ବୋଧିତ କରି ପିଏମ ମୋଦୀ ରାଜ୍ୟର ମମତା ସରକାର ଉପରେ ଗୁରୁତର ଅଭିଯୋଗ ଲଗାଇଛନ୍ତି । ସେ କହିଛନ୍ତି, ଟିଏମସିର ଗୁଣ୍ଡାରାଜ କାରଣରୁ ପଶ୍ଚିମବଙ୍ଗରେ ନିବେଶ ହୋଇ ପାରୁନାହିଁ । ରାଜ୍ୟ ଯେଉଁ ଗତିରେ ବିକାଶ କରିବା କଥା ସେ ଗତିରେ ଆଗକୁ ବଢି ପାରୁନି ।

ଋାଲିରେ ଅନୁପ୍ରବେଶକାରୀଙ୍କୁ ଚେତାବନୀ ଦେଇ ମୋଦୀ କହିଛନ୍ତି, ଆଜି ଦେଶ ସାମ୍ନାରେ ଟିଏମସିର ଷଡଯନ୍ତ୍ରର ଉଜାଗର ହୋଇଛି । ଏହି ଦଳ ଅନୁପ୍ରବେଶକାରୀଙ୍କ ସପକ୍ଷରେ ନୂଆ ଅଭିଯାନ ଆରମ୍ଭ କରିଛି । ଦେଶର ସାମ୍ବିଧାନିକ ସଂସ୍ଥାକୁ ମଧ୍ୟ ଚ୍ୟାଲେଞ୍ଜ କରାଯାଉଛି । ମାତ୍ର ମୁଁ ଏହି ଦୁର୍ଗାପୁର ରାଲିରେ ସ୍ପଷ୍ଟ ଭାବେ କହି ଦେଉଛି ଯେ, ଯିଏ ଭାରତର ନାଗରିକ ନୁହେଁ, ଯେଉଁମାନେ ଅନୁପ୍ରବେଶ କରି ଆସିଛନ୍ତି, ସେମାନଙ୍କ ବିରୋଧରେ ଭାରତର ସମ୍ବିଧାନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ।

Related Articles

Back to top button