
ଆବାସିକ ବାଳିକା ବିଦ୍ୟାଳୟର ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀ ୨ମାସ ଗର୍ଭବତୀ
ବାଙ୍ଗିରିପୋଷି ଥାନା ଅଧୀନ ଏକ ଆବାସିକ (ଏସଏସଡି) ବାଳିକା ବିଦ୍ୟାଳୟର ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀ ୨ମାସ ଗର୍ଭବତୀ ହେବା ଘଟଣା ସାମ୍ନାକୁ ଆସିଛି ।ଛାତ୍ରୀନିବାସରେ ରହୁଥିବା ନାବାଳିକା ଜଣକ ଦେହ ଅସୁସ୍ଥ ଥିବା ଜାଣିବା ପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ନାବାଳିକାଙ୍କୁ ବାଙ୍ଗିରିପୋଷି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଆସିଥିଲେ । ଛାତ୍ରୀଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରିବା ପରେ ଛାତ୍ରୀ ଜଣକ ପାଖାପାଖି ୨ମାସ ଗର୍ଭବତୀ ଥିବା ଜଣାପଡିଥିଲା । ଶିକ୍ଷୟତ୍ରୀ ଛାତ୍ରୀକୁ ପୁଙ୍ଖାନୁପୁଙ୍ଖ ପଚାରିବା ପରେ ମାକୁ ଖବର ଦେଇଥିଲେ। ଝିଅକୁ ପଚାରିବାରୁ ସେ ଛୁଟିରେ ଘରକୁ ଯାଇଥିବା ସମୟରେ ଗ୍ରାମର ଜଣେ ନାବାଳକ ପୁଅ ସହ ପ୍ରେମ ସମ୍ପର୍କ ଗଢି ଉଠିବା ସହିତ ଶାରୀରିକ ସମ୍ପର୍କ ହୋଇଥିବା ସ୍ଵୀକାର କରିବାରୁ ନାବାଳିକାଙ୍କ ମା ଥାନାରେ ଏତଲା ଦେଇଥିଲେ । ମାଙ୍କ ଏତଲାକୁ ଆଧାର ବାଙ୍ଗିରିପୋଷି ପୁଲିସ ଏକ ମାମଲା ରୁଜୁକରି ଅଭିଯୁକ୍ତ ନାବାଳକଙ୍କୁ ଥାନାକୁ ଡାକି ପଚରାଉଚରା ଚଳାଇଛି।