ଓଟିଇଟି ୨୦୨୫ ପରୀକ୍ଷା ମଧ୍ୟରାତ୍ରରେ ସ୍ଥଗିତ : କାରଣ ଅସ୍ପଷ୍ଟ

ଓଟିଇଟି ୨୦୨୫ ପରୀକ୍ଷା ମଧ୍ୟରାତ୍ରରେ ସ୍ଥଗିତ ହୋଇଛି । ଆଜି ଏହି ପରୀକ୍ଷା ଥିବା ବେଳେ ବୋର୍ଡ ଏହାକୁ ସ୍ଥଗିତ କରିଛି । ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଏହି ପରୀକ୍ଷା କାହିଁକି ସ୍ଥଗିତ ରହିଲା ତାହାର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ।ପରୀକ୍ଷା ସ୍ଥଗିତ ପାଇଁ ରାଜ୍ୟରେ ୭୫ ହଜାରରୁ ଅଧିକ ଆଶାୟୀ ନିରାଶ ହୋଇଛନ୍ତି । ବୋର୍ଡ ଏହି ପରୀକ୍ଷା ସ୍ଥଗିତ କରିବା ସହ ପରବର୍ତ୍ତୀ ସମୟରେ ସାନି ବିଜ୍ଞପ୍ତି ଜାରି କରିବ ବୋଲି ସୂଚନା ଦେଇଛନ୍ତି । ପ୍ରାଥମିକ ଶିକ୍ଷାରେ ନିୟୋଜିତ ଇନ୍‌ ସର୍ଭିସ୍ ଶିକ୍ଷକ ମାନଙ୍କ ପାଇଁ ସ୍ବତନ୍ତ୍ର ଶିକ୍ଷକ ଯୋଗ୍ୟତା ପରୀକ୍ଷା (ସ୍ପେସାଲ୍ ଓଟିଇଟି) ପାଇଁ ୭୫ ହଜାର ୪୦୩ ଜଣ ଇନ୍‌ ସର୍ଭିସ୍ ଶିକ୍ଷକ ପରୀକ୍ଷା ଦେବା ପାଇଁ ଆବେଦନ କରିଥିଲେ । ରାଜ୍ୟରେ ୩୦ଟି ଜିଲ୍ଲାରେ ୧୯୩ଟି ପରୀକ୍ଷା କେନ୍ଦ୍ର ଚୟନ ମଧ୍ୟ କରାଯାଇଥିଲା ।

Related Articles

Back to top button