ଚଳିତ ଅଧିବେଶନ ଦେଶ ପାଇଁ ଗର୍ବର ଅଧିବେଶନ :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ସଂସଦର ମୌସୁମୀ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି । ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିଭାଷଣ ରଖିଛନ୍ତି । ମୋଦୀ କହିଛନ୍ତି ଚଳିତ ଅଧିବେଶନ ଦେଶ ପାଇଁ ଗର୍ବର ଅଧିବେଶନ । ମୌସୁମୀ ନବସୃଜନ ଏବଂ ନବସୃଜନର ପ୍ରତୀକ । ଆଗାମୀ ଦିନରେ ଦେଶ ଏଥିରୁ ଲାଭ ପାଇବ । ଦେଶରେ ପାଗ ବହୁତ ଭଲ ଭାବରେ ଆଗକୁ ବଢୁଛି । କୃଷି ପାଇଁ ଏହା ଲାଭଦାୟକ । ଚାଷୀ, ଦେଶର ଅର୍ଥନୀତି, ଗ୍ରାମୀଣ ଅର୍ଥନୀତି ଏବଂ ପ୍ରତ୍ୟେକ ପରିବାରର ଅର୍ଥନୀତିରେ ବର୍ଷା ଗୁରୁତ୍ୱପୂର୍ଣ୍ଣ । ଗତ ୧୦ବର୍ଷ ତୁଳନାରେ ଏଥର ୩ଗୁଣ ଅଧିକ ଜଳ ସଂରକ୍ଷଣ ହୋଇଛି । ଯାହା ଆଗାମୀ ଦିନରେ ଦେଶର ଅର୍ଥନୀତିକୁ ମଧ୍ୟ ବହୁତ ଲାଭ ଦେବ ।

ଅପରେସନ ସିନ୍ଦୂର ବିଷୟରେ ମୋଦୀ କହିଛନ୍ତି ସାରା ବିଶ୍ୱ ଭାରତୀୟ ସେନାର ଶକ୍ତି ଦେଖିଥିଲା । ୨୨ମିନିଟରେ ଆତଙ୍କବାଦୀଙ୍କ ଘର ଧୂଳିସାତ୍‍ ହୋଇଥିଲା । ମେଡ ଇନ୍‍ ଇଣ୍ଡିଆ ସାମରିକ ଶକ୍ତିର ଏହି ନୂତନ ରୂପ ପ୍ରତି ବିଶ୍ୱ ବହୁତ ଆକର୍ଷିତ । ଯେତେବେଳେ ଅନ୍ୟ ରାଷ୍ଟ୍ରର ଲୋକଙ୍କୁ ଭେଟୁଛି ସେଠାରେ ଭାରତରେ ତିଆରି ହେଉଥିବା ମେଡ୍‍ ଇନ୍‍ ଇଣ୍ଡିଆ ଅସ୍ତ୍ରଶସ୍ତ୍ର ପ୍ରତି ବିଶ୍ୱର ଆକର୍ଷଣ ବୃଦ୍ଧି ପାଉଥିବା କହିଛନ୍ତି ମୋଦୀ । ଦୁନିଆ ଭାରତର ସାମର୍ଥ୍ୟ ଦେଖିଛି । ପ୍ରଥମ ଥର ପାଇଁ ମହାକାଶରେ ତ୍ରିରଙ୍ଗା ଉଡିବା ଦେଶବାସୀଙ୍କ ପାଇଁ ଗୌରବର ମୂହୁର୍ତ୍ତ । ବିଶ୍ୱ ଭାରତର ସାମରିକ ଶକ୍ତି ଦେଖିବା ସହ ଦେଶ ଏକତାର ଶକ୍ତି ମଧ୍ୟ ଦେଖିଛି । ଏକ ସ୍ୱରର ସାମର୍ଥ୍ୟ କେତେ ତାହା ମଧ୍ୟ ଜାଣିଛନ୍ତି । ତେଣୁ ଗୃହର ସବୁ ସାଂସଦ ଏହାକୁ ବଳ ଦିଅନ୍ତୁ ।

Related Articles

Back to top button