
ରାସ୍ତା ଘାଟରେ ପେଟ୍ରୋଲ ବିକିଲେ କଡ଼ା କାର୍ଯ୍ୟାନୁଷ୍ଠାନ : ରାଜ୍ୟ ସରକାର
ବାଲେଶ୍ୱର ଏଫ୍.ଏମ୍. କଲେଜ ଘଟଣା ପରେ ଏବେ ରାଜ୍ୟ ସରକାର ଖୋଲା ପେଟ୍ରୋଲ ବିକ୍ରି ଉପରେ ଶକ୍ତ ହୋଇଛି । ରାସ୍ତା ଘାଟରେ ପେଟ୍ରୋଲ ବିକିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ।
ଯୋଗାଣ ମନ୍ତ୍ରୀ ସୋମବାର ପେଟ୍ରୋଲ ପମ୍ପ୍ ସଂଘ ସହିତ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି । ବୈଠକ ପରେ ମନ୍ତ୍ରୀ କହିଛନ୍ତି ଯେ ଏଣିକି ବାହାରେ ପେଟ୍ରୋଲ ବିକ୍ରି ହେଲା ଚଢ଼ଉ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ବିକ୍ରି କରାଯାଇ ପାରିବ ନାହିଁ । ପ୍ଲାଷ୍ଟିକ ବଦଳରେ କାଚ ଓ ଟିଣ ବୋତଲରେ ପେଟ୍ରୋଲ ବିକ୍ରି ପାଇଁ ଅନୁମତି ମିଳିବ । ଆସନ୍ତାକାଲିଠାରୁ ବିଭିନ୍ନ ପେଟ୍ରୋଲ ପମ୍ପ୍ରେ ଯାଞ୍ଚ ଆରମ୍ଭ ହେବା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ।