
କୋଟିଆକୁ କେବଳ ଅଧିକାରୀ ନୁହେଁ ନିଜେ ମନ୍ତ୍ରୀ ଯିବେ ।
କୋଟିଆକୁ କେବଳ ଅଧିକାରୀ ନୁହେଁ ନିଜେ ମନ୍ତ୍ରୀ ଯିବେ । କୋଟିଆକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ବଡ଼ ଘୋଷଣା କରାଯିବ । ନିଜ ନିଜ ବିଭାଗର ଯୋଜନା ଓ କାର୍ଯ୍ୟକ୍ରମ ନେଇ ଉକ୍ତ ବିଭାଗ ମନ୍ତ୍ରୀ କୋଟିଆ ଯିବେ । ଏନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । ବହୁ ଶୀଘ୍ର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୁଭଦ୍ରାର ବଡ କାର୍ଯ୍ୟକ୍ରମ ନେଇ କୋଟିଆ ଯିବେ । ପୁଣି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କୋଟିଆ ଯାଇ ରାସନ କାର୍ଡ ବାଣ୍ଟିବେ । ସରକାରଙ୍କ ବିଭିନ୍ନ ଯୋଜନାରେ ସେମାନଙ୍କୁ ସାମିଲ କରାଯିବ । ସେମାନଙ୍କର ବିଭିନ୍ନ ସମସ୍ୟାର ଅନୁଧ୍ୟାନ କରାଯାଇ ସମାଧାନ ମଧ୍ୟ କରାଯିବ ।
କୋରାପୁଟରେ ଆନ୍ଧ୍ର ପ୍ରଦେଶର ପ୍ରଭାବ କମିଛି । ପ୍ରଶାସନ ତୀକ୍ଷଣ ନଜର ରଖିଛି । ଗଜପତି ଜିଲ୍ଲାର ଏକ ଗାଁଙ୍କୁ ଆନ୍ଧ୍ର ଅଧିକାରୀ ଅକ୍ତିଆର କରିବା ପାଇଁ ଆସିଥିଲେ । ଯାହାକୁ ସେଠାର ଲୋକମାନେ ପ୍ରତ୍ୟାଖାନ କଲେ । ମୁଁ ଜିଲ୍ଲାପାଳ ସହ କଥା ହେଇଛି ସେ ଜାଗାକୁ ଯିବା ପାଇଁ । ସେହି ସ୍ଥାନରେ ଏକ ପୋଲିସ ଆଉଟ ପୋଷ୍ଟ ହେବ । ଯାହା ଅନୁପ୍ରବେଶକାରୀଙ୍କୁ ଜଗିବ ବୋଲି ରାଜସ୍ୱ ମନ୍ତ୍ରୀ ସୂଚନା ଦେଇଥିଲେ ।