
ମୗେସମୀ ଅଧିବେଶନ ଆରମ୍ଭ ହୋଇଥିବାବେଳେ ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହରେ ବିରୋଧୀ ଓ ସରକାର ମୁହାଁମୁହିଁ
ସଂସଦରେ ଆରମ୍ଭରୁ ହଙ୍ଗାମା । ଆଜିଠାରୁ ସଂସଦର ମୗେସମୀ ଅଧିବେଶନ ଆରମ୍ଭ ହୋଇଥିବାବେଳେ ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହରେ ବିରୋଧୀ ଓ ସରକାର ମୁହାଁମୁହିଁ ହୋଇଛନ୍ତି । ପହଲଗାଓଁ ହମଲା, ଅପରେସନ ସିନ୍ଦୂର ଏବଂ ବିହାରରେ ଭୋଟର ତାଲିକା ପୁନଃନିରୀକ୍ଷଣକୁ ନେଇ ସରକାରଙ୍କ ଉତ୍ତର ମାଗି ହୋହଲ୍ଲା କରିଛନ୍ତି ବିରୋଧୀ । ଅଧିବେଶନ ଆରମ୍ଭ ପୂର୍ବରୁ ବିରୋଧୀ ଏସବୁ ପ୍ରସଙ୍ଗରେ ସରକାରଙ୍କୁ ଉତ୍ତର ମାଗିବେ ବୋଲି କହିଥିଲେ । ଆଜି ଅଧିବେଶନ ଆରମ୍ଭ ପୂର୍ବରୁ ପ୍ରଧାନମନ୍ତ୍ରୀ ଗଣମାଧ୍ଯମକୁ ସମ୍ବୋଧିତ କରି ଅପରେସନ ସିନ୍ଦୂରର ସଫଳତା ବଖାଣିଥିଲେ । ଯାହା ଅଧିବେଶନ ଆରମ୍ଭ ହେବା ମାତ୍ରେ ଏହି ପ୍ରସଙ୍ଗ ଉଠାଇ ଆଲୋଚନା ଲାଗି ଦାବି କରିଥିଲା । ସଂସଦର ଉଭୟ ଗୃହରେ ସମାନ ଦୃଶ୍ଯ ଦେଖିବାକୁ ମିଳିଥିଲା । ଜୋରଦାର ହଙ୍ଗାମା ହେବାରୁ ରାଜ୍ୟସଭା ଓ ଲୋକସଭା ୧୨ ଟା ଯାଏଁ ମୁଲତବୀ ଘୋଷଣା କରାଯାଇଥିଲା । ତବେ ଲୋକସଭା ପୁଣି ଥରେ ଆରମ୍ଭ ହେବା ପରେ ବିରୋଧୀ ହଙ୍ଗାମା କରି ଅପରେସନ ସିନ୍ଦୂର ଉପରେ ଆଲୋଚନା ଲାଗି ଜିଦ ଧରିଥିଲେ । ଏହାକୁ ଦେଖି ଲୋକସଭାକୁ ୨ଟା ଯାଏଁ ପୁଣିଥରେ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି । ସେପଟେ ସୂଚାରୁରୂରେ ସଂସଦ ଚାଲିବା ଲାଗି ସର୍ବଦଲୀୟ ବୈଠକରେ ସଂସଦୀୟ ବ୍ଯାପାର ମନ୍ତ୍ରୀ କିରଣ ରିଜଜୁ ସମସ୍ତ ଦଳର ସହଯୋଗ ଲୋଡିଥିଲେ । ଚଳିତ ଅଧିବେଶନ ଆସନ୍ତା ଅଗଷ୍ଟ ୨୧ ଯାଏ ଚାଲିବ। ଅଗଷ୍ଟ ୧୨ରୁ ୧୮ ଯାଏ ଗୃହ ଚାଲିବ ନାହିଁ।