
ସ୍କୁଲର ପ୍ରବେଶ ଗେଟରୁ ପ୍ରସ୍ଥାନ ଗେଟ ପର୍ଯ୍ୟନ୍ତ ଉଚ୍ଚମାନର ସିସିଟିଭି କ୍ୟାମେରା ଲଗାଇବାକୁ କଡ଼ା ନିର୍ଦ୍ଦେଶ
କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଏବେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛି। ସୋମବାର ଦିନ, CBSE ବୋର୍ଡ ସମସ୍ତ CBSE ସ୍କୁଲକୁ ଏକ ଚିଠି ପଠାଇଛି।ଏଥିରେ ସ୍କୁଲର ପ୍ରବେଶ ଗେଟରୁ ଲବି, କରିଡର, ସିଡ଼ି, କ୍ଲାସରୁମ, ଲ୍ୟାବ ଏବଂ ପ୍ରସ୍ଥାନ ଗେଟ ପର୍ଯ୍ୟନ୍ତ ଉଚ୍ଚମାନର ସିସିଟିଭି କ୍ୟାମେରା ଲଗାଇବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।
ସିବିଏସଇ କହିଛି ଯେ, ବାଥରୁମ ଏବଂ ଶୌଚାଳୟ ବ୍ୟତୀତ, ସ୍କୁଲର ସମସ୍ତ ପ୍ରବେଶ ଦ୍ୱାର, ପ୍ରସ୍ଥାନ ଦ୍ୱାର, ଲବି, କରିଡର, ସିଡ଼ି, ଶ୍ରେଣୀଗୃହ, ଲ୍ୟାବ, ଲାଇବ୍ରେରୀ, କ୍ୟାଣ୍ଟିନ, ଷ୍ଟୋର ରୁମ, ଖେଳ ପଡ଼ିଆରେ ଅଡିଓ-ଭିଡିଓ ରେକର୍ଡିଂ ସହିତ ଉଚ୍ଚମାନର ସିସିଟିଭି କ୍ୟାମେରା ଲଗାଇବାକୁ ପଡିବ।ଏହା ସହ, ସ୍କୁଲଗୁଡ଼ିକୁ ଅତି କମରେ 15 ଦିନର ରେକର୍ଡିଂ ରଖିବାକୁ ପଡିବ। ଯାହା ଦ୍ଵାରା ଆବଶ୍ୟକ ସମୟରେ ଏହାକୁ ବ୍ୟବହାର କରାଯାଇପାରିବ। ସିବିଏସଇ ସମସ୍ତ ସ୍କୁଲକୁ ଏହାକୁ କଡ଼ାକଡ଼ି ପାଳନ କରିବାକୁ କହିଛି।
ବୋର୍ଡ ଚିଠିରେ ଲେଖିଛନ୍ତି ଯେ, ପିଲାମାନଙ୍କର ବୃଦ୍ଧି ଏବଂ ବିକାଶ ପାଇଁ ଏକ ସୁସ୍ଥ ଏବଂ ସହାୟକ ପରିବେଶ ଆବଶ୍ୟକ। ପିଲାମାନଙ୍କର ମର୍ଯ୍ୟାଦାର ସହିତ ବଞ୍ଚିବା ଏବଂ ସେମାନଙ୍କର ବିକାଶ ପାଇଁ ଏକ ସୁରକ୍ଷିତ, ସୁରକ୍ଷାମୂଳକ ଏବଂ ଅନୁକୂଳ ପରିବେଶରେ ଶିକ୍ଷା ଗ୍ରହଣ କରିବାର ମୌଳିକ ଅଧିକାର ଅଛି। ପିଲାମାନଙ୍କୁ ଏକ ନିରାପଦ ଏବଂ ସୁସ୍ଥ ପରିବେଶ ଯୋଗାଇବା ବିଦ୍ୟାଳୟର ପ୍ରତ୍ୟେକ ପ୍ରକାରର ଶିକ୍ଷକ ଏବଂ କର୍ମଚାରୀଙ୍କ ଦାୟିତ୍ୱ।