
ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଜାରି ରହିଛି କ୍ରାଇମବ୍ରାଞ୍ଚର ତନାଘନା
ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଜାରି ରହିଛି କ୍ରାଇମବ୍ରାଞ୍ଚର ତନାଘନା । ଏହି ମାମଲାରେ ଗୁରୁବାର ଆଉ ୩ ଜଣଙ୍କୁ ଉଠାଇ ଆଣି ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚ । କଳାହାଣ୍ଡିରୁ ଜଣେ, କୋରାପୁଟରୁ ୨ ଜଣଙ୍କୁ ଆଣି ପଚରାଉଚରା କରାଯାଉଛି । ଏହି ଘଟଣାରେ ଏଯାଏଁ ୪ ଶିକ୍ଷକଙ୍କ ସମେତ ୬ ଜଣଙ୍କୁ କ୍ରାଇମବ୍ରାଞ୍ଚଗିରଫ କରିଛି । ୬ ଗିରଫ ମଧ୍ୟରେ ବୋର୍ଡର ଡାଟା ଏଣ୍ଟ୍ରି ଅପରେଟର ଜିତନ ମହାରଣା ମାଷ୍ଟରମାଇଣ୍ଡ ରହିଛନ୍ତି ବୋଲି ସୂଚନା ମିଳିଛି ।