ରାତିରେ କାମ କରିବା ପାଇଁ ମହିଳା କର୍ମଚାରୀଙ୍କ ସହମତି ଆବଶ୍ୟକ

ମହିଳାମାନେ ବି ରାତିରେ କରିବେ ଅଫିସରେ କାମ । ବିଭିନ୍ନ ଘରୋଇ ସଂସ୍ଥାରେ ରାତିରେ ଏଣିକି ମହିଳାମାନେ କାମ କରିବାକୁ କୁହାଯାଇଛି । ରାତିରେ କାମ କରିବା ପାଇଁ ମହିଳା କର୍ମଚାରୀଙ୍କ ସହମତି ଆବଶ୍ୟକ ରହିଛି । ନାଇଟ୍‍ ସିଫ୍ଟରେ କାମ କରିବା ପାଇଁ ମହିଳାମାନେ ସହମତି ପତ୍ର ଦେବାକୁ କୁହାଯାଇଛି । ଏନେଇ ଶ୍ରମ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଜିପିଏସ୍‍ ଟ୍ରାକିଂ ବ୍ୟବସ୍ଥା ସହ ପରିବହନ ସୁବିଧା ଥିବା ଆବ୍ୟଶକ । ରାତିରେ ମହିଳାଙ୍କୁ ଘରୁ ଆଣିବା ଓ ଛାଡିବା ପାଇଁ ବ୍ୟବସ୍ଥା ଗ୍ରହଣ କରାଯିବ ।

ମହିଳାଙ୍କ ନାଇଟ୍‍ ସିଫ୍ଟ ନେଇ ବିଜ୍ଞପ୍ତି ପ୍ରକାଶ ପରେ ଶ୍ରମ ମନ୍ତ୍ରୀ ପ୍ରତିକ୍ରିୟା ରଖି କହିଛନ୍ତି ଯେ ମହିଳାମାନେ ନାଇଟ୍‍ ସିଫ୍ଟ କରିପାରିବେ । ଏଥିପାଇଁ ଏକ ଫର୍ମ ପୂରଣ କରିକିଦେବେ । ଏନେଇ ଇଣ୍ଟରନାଲ କମ୍ପେ୍ଲନ କମିଟିକୁ ଚିଠି କରାଯାଇଛି । ଏହାଦ୍ୱାରା ମହିଳାମାନେ ସାହସ ପାଇବେ ସଶକ୍ତ ହେବେ । ମହିଳା-ପୁରୁଷଙ୍କ ଭିତରେ ତାରତମ୍ୟ କମାଇବା ଦିଗରେ କାର୍ଯ୍ୟ କରୁଛୁ ବୋଲି ମନ୍ତ୍ରୀ କହିଛନ୍ତି ।

Related Articles

Back to top button