ଓଡ଼ିଆ ଶ୍ରମିକଙ୍କ ମରଶରୀର ଓଡ଼ିଶା ଫେରିବା ସହିତ ସେମାନଙ୍କ ଗ୍ରାମରେ ପହଞ୍ଚିଛି

ଆନ୍ଧ୍ରପ୍ରଦେଶର ପଥର ଖାଦାନରେ ପ୍ରାଣ ହରାଇଥିବା ୬ ଓଡ଼ିଆ ଶ୍ରମିକଙ୍କ ମରଶରୀର ସୋମବାର ଓଡ଼ିଶା ଫେରିବା ସହିତ ସେମାନଙ୍କ ଗ୍ରାମରେ ପହଞ୍ଚିଛି। ଶ୍ରମିକମାନଙ୍କ ମରଶରୀର ଗ୍ରାମରେ ପହଞ୍ଚିବା ପରେ ଏକ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା। ବନ୍ଧୁ ଓ ପରିଜନଙ୍କ କାନ୍ଦବୋବାଳିରେ ଗାଁ ଫାଟି ପଡ଼ିଥିଲା।ଆନ୍ଧ୍ରପ୍ରଦେଶର ବାପଟଲା ଜିଲାରେ ରବିବାର ଏକ ଗ୍ରାନାଇଟ୍‌ ପଥର ଖଣିରେ ବିସ୍ଫୋରଣ ଯୋଗୁ ୬ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ପଥର ତଳେ ଚାପି ହୋଇ ଆହୁରି ୧୦ ଶ୍ରମିକ ଗୁରୁତର ଆହତ ହୋଇଥିଲେ। ପ୍ରାଣ ହରାଇଥିବା ୬ ଓଡ଼ିଆ ଶ୍ରମିକ ଗଞ୍ଜାମ ଏବଂ ଗଜପତି ଜିଲାର। ଦୁଇ ଜଣ ଗଜପତି ଜିଲା ମୋହନା ବ୍ଲକ ଅନ୍ତର୍ଗତ ଅଲରାର ହୋଇଥିବାବେଳେ ଅନ୍ୟ ୪ ଜଣ ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର। ଆଜି ସେମାନଙ୍କ ଗାଁରେ ମରଶରୀର ପହଞ୍ଚିଛି।

Related Articles

Back to top button