ପୁଣି ଆମେରିକା ଗସ୍ତରେ ଯିବେ ପାକିସ୍ତାନ ସେନାମୁଖ୍ୟ ଅସିମ ମୁନୀର

ପୁଣି ଆମେରିକା ଗସ୍ତରେ ଯିବେ ପାକିସ୍ତାନ ସେନାମୁଖ୍ୟ ଅସିମ ମୁନୀର । ଦୁଇ ମାସ ମଧ୍ୟରେ ମୁନୀରଙ୍କ ଦ୍ବିତୀୟ ୱାଶିଂଟନ ଗସ୍ତ । ଏହା ପୂର୍ବରୁ ଜୁନ ମାସରେ ଆମେରିକା ଯାଇଥିଲେ ପାକିସ୍ତାନ ସେନାମୁଖ୍ୟ ଫିଲଡ ମାର୍ଶଲ ମୁନୀର । ସେଠାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ହ୍ବାଇଟହାଉସରେ ଲଞ୍ଚ କରିଥିଲେ ।

ଏହି ବୈଠକରେ ପ୍ରାୟ ଦୁଇ ଘଣ୍ଟା ଉଭୟ ଆଲୋଚନା କରିଥିଲେ । ଏଥର ମୁନୀର ୟୁଏସ ସେଣ୍ଟ୍ରାଲ କମାଣ୍ଡ ମୁଖ୍ୟ ଜେନେରାଲ ମାଇକେଲ ଇ କୁରିଲ୍ଲାଙ୍କ ବିଦାୟ ସମାରୋହରେ ଅଂଶ ଗ୍ରହଣ କରିବାକୁ ଯାଉଥିବା ସୂଚନା ମିଳିଛି । ଗୋଟିଏ ପଟେ ସାଂଘାତିକ ହେଉଛି ଭାରତ- ଆମେରିକା ଟାରିଫ ୱାର ।ସେପଟେ ବଢୁଛି ପାକିସ୍ତାନ- ଆମେରିକା ବନ୍ଧୁତ୍ବ । ଏହି ଘଟଣାକ୍ରମ ଦକ୍ଷିଣ ଏସିଆରେ ଜିଓ-ପଲିଟିକାଲ ଗତିଶୀଳତାକୁ ପ୍ରଭାବିତ କରୁଛି । ଯେଉଁଥିରେ ପାକିସ୍ତାନ ଚୀନ ସହିତ ନିଜର ଦୀର୍ଘକାଳୀନ ସମ୍ପର୍କକୁ ମଧ୍ୟ ବଜାୟ ରଖୁଛି ।

Related Articles

Back to top button