ଆମ ପାଇଁ, ଆମର ଚାଷୀଙ୍କ ସ୍ୱାର୍ଥ ସର୍ବୋଚ୍ଚ ପ୍ରାଥମିକତା, ମୂଲ୍ୟ ଯାହା ହେଉନା କାହିଁକି : ମୋଦୀ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ଶୁଳ୍କ ବୃଦ୍ଧି ଘୋଷଣା କରିବା ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦରଙ୍କ ପ୍ରଥମ ପ୍ରତିକ୍ରିୟା ଆସିଛି। ପରୋକ୍ଷ ଭାବରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଆମ ପାଇଁ, ଆମର ଚାଷୀଙ୍କ ସ୍ୱାର୍ଥ ସର୍ବୋଚ୍ଚ ପ୍ରାଥମିକତା, ମୂଲ୍ୟ ଯାହା ହେଉନା କାହିଁକି।ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଭାରତ କେବେବି ଚାଷୀ, ମତ୍ସ୍ୟଜୀବୀ ଏବଂ ଦୁଗ୍ଧ ଚାଷୀଙ୍କ ସ୍ୱାର୍ଥ ସହିତ ସାଲିସ କରିବ ନାହିଁ। ମୁଁ ବ୍ୟକ୍ତିଗତ ଭାବରେ ଜାଣେ, ଏଥିପାଇଁ ମୋତେ ବହୁତ ମୂଲ୍ୟ ଦେବାକୁ ପଡିବ, କିନ୍ତୁ ମୁଁ ଏଥିପାଇଁ ପ୍ରସ୍ତୁତ। ଆଜି, ଭାରତ ଦେଶର ଚାଷୀ, ମତ୍ସ୍ୟଜୀବୀ ଏବଂ ଦୁଗ୍ଧ ଚାଷୀଙ୍କ ପାଇଁ ପ୍ରସ୍ତୁତ।

ଏମଏସ ସ୍ୱାମୀନାଥନ ଶତବାର୍ଷିକୀ ଅନ୍ତର୍ଜାତୀୟ ସମ୍ମିଳନୀରେ ଭାଷଣ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ପ୍ରଫେସର ସ୍ୱାମୀନାଥନଙ୍କ ସହ ମୋର ସମ୍ପର୍କ ବହୁ ବର୍ଷ ପୁରୁଣା। ଅନେକ ଲୋକ ଗୁଜରାଟର ପ୍ରାରମ୍ଭିକ ଅବସ୍ଥା ବିଷୟରେ ଜାଣନ୍ତି। ପୂର୍ବରୁ, ମରୁଡ଼ି ଏବଂ ଘୂର୍ଣ୍ଣିବାତ୍ୟା ଯୋଗୁଁ କୃଷିକୁ ବହୁତ ସଙ୍କଟର ସମ୍ମୁଖୀନ ହେବାକୁ ପଡୁଥିଲା ଏବଂ କଚ୍ଛରେ ମରୁଭୂମି ବିସ୍ତାର ହେଉଥିଲା। ଯେତେବେଳେ ମୁଁ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲି, ଆମେ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଉପରେ କାମ ଆରମ୍ଭ କରିଥିଲୁ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତକୁ ଲଗାତର ଦ୍ୱିତୀୟ ଥର ପାଇଁ ଝଟକା ଦେଇଛନ୍ତି । ରୁଷ ଏବଂ ଭାରତର ସମ୍ପର୍କକୁ ଆମେରିକା ପ୍ରତିଶୋଧ ପରାୟଣ ହୋଇଉଠିଛି । ଭାରତ ଉପରେ ଆଉ ୨୫% ଟାରିଫ୍ ଶୁଳ୍କ ଲାଗୁ କରିଛନ୍ତି ଟ୍ରମ୍ପ୍ । ଏହାକୁ ମିଶାଇ ଭାରତ ଉପରେ ଆମେରିକା ଆମଦାନୀ ଶୁଳ୍କ ମୋଟ ୫୦ ପ୍ରତିଶତ ତାରିଫ ଘୋଷଣା କରିଛନ୍ତି । ଯାହାର କଡ଼ା ଜବାବ ରଖିଛି ଭାରତର ବୈଦେଶିକ ମନ୍ତ୍ରଣାଳୟ । ଭାରତ ତାର ଜାତୀୟ ସ୍ୱାର୍ଥ ସୁରକ୍ଷା ପାଇଁ ଆବଶ୍ୟକ ସମସ୍ତ ପଦକ୍ଷେପ ନେବ ବୋଲି ସଫା ସଫା ଶୁଣାଇ ଦେଇଛନ୍ତି ।

Related Articles

Back to top button