ସ୍କୁଲ ପିଲାଙ୍କ ସହ ରାଖୀ ପୂର୍ଣ୍ଣିମା ପାଳନ କଲେ ପ୍ରଧାନମନ୍ତ୍ରୀ ମୋଦି ଏବଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ସ୍କୁଲ ପିଲାଙ୍କ ସହ ରାଖୀ ପୂର୍ଣ୍ଣିମା ପାଳନ କଲେ ପ୍ରଧାନମନ୍ତ୍ରୀ ମୋଦି ଏବଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଯାହାର ଫଟୋ ଏବଂ ଭିଡିଓକୁ ଉଭୟ ନେତା ତାଙ୍କ ଅଫିସିଆଲ Xରେ ସେୟାର କରିଛନ୍ତି ।ହିନ୍ଦୁମାନଙ୍କ ପର୍ବ ରାଖୀ ଉତ୍ସବ ମନାଇବାକୁ ସ୍କୁଲରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଦ୍ରୌପଦୀ ମୁର୍ମୁ । ସେହି ମୁହୂର୍ତ୍ତର କିଛି ଫଟୋ ଏବଂ ଭିଡିଓକୁ ସେୟାର କରିଛନ୍ତି । ଏଥି ସହିତ ପୋଷ୍ଟର କ୍ୟାପସନରେ ଲେଖିଛନ୍ତି ଯେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନରେ ବିଭିନ୍ନ ସ୍କୁଲ ଏବଂ ସଂଗଠନର ପିଲା ଏବଂ ଛାତ୍ରମାନଙ୍କ ସହିତ ରକ୍ଷା ବନ୍ଧନ ପାଳନ କରିଛନ୍ତି । ଯେଉଁ ଭିଡିଓରେ ମୋଦି ପିଲାମାନଙ୍କୁ ରାଖୀ ବନ୍ଧାଉଥିବା ଦେଖିବାକୁ ମିଳିଛି । ଯାହାର ଫଟୋ ସେୟାର କରି କ୍ୟପସନରେ ଲେଖିଛନ୍ତି ଯେ, ’’ଆଜିର ଏହି ରକ୍ଷାବନ୍ଧନର କିଛି ଖାସ୍ ଝଲକ ଏଠାରେ ରହିଛି ।’’ ଏହା ସହିତ ବିଶ୍ବାସ ଏବଂ ସ୍ନେହ ପାଇଁ ଧନ୍ୟବାଦ ବୋଲି ମଧ୍ୟ ଜଣାଇଛନ୍ତି । ଏହା ବ୍ୟତୀତ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଅଗଷ୍ଟ ୭ ରେ କିଛି ଫଟୋ ସେୟାର କରିଥିଲେ । ଯେଉଁଥିରେ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ମହିଳାମାନଙ୍କୁ ରାକ୍ଷୀ ବାନ୍ଧାଉଥିବାର ଦେଖିବାକୁ ମିଳୁଛି ।

ଅନ୍ୟପଟେ ଏମାନଙ୍କ ସମେତ ଆରଜେଡି ନେତା ତେଜସ୍ୱୀ ଯାଦବଙ୍କୁ ଭଉଣୀମାନେ ରାଖୀ ବାନ୍ଧୁଥିବାର ତାଙ୍କ ଅଫିସିଆଲ୍ ସୋସିଆଲ ମିଡିଆ ପେଜରେ ସେୟାର ହୋଇଥିବା ଫଟୋରୁ ଦେଖିବାକୁ ମିଳିଛି । ଏଥି ସହିତ କ୍ୟାପସନରେ ଲେଖିଛନ୍ତି ଯେ, ଭାଇ ଏବଂ ଭଉଣୀଙ୍କ ସ୍ନେହ,ପ୍ରେମ ପ୍ରତୀକ । ରକ୍ଷାବନ୍ଧନରେ ଆପାଣମାନଙ୍କ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା । ଏହି ଅବସରରେ ଅନେକ ମନ୍ତ୍ରୀ ଅନେକ ଫଟୋ, କ୍ୟାପସନ ସୋସିଆଲ ମିଡିଆ ପେଜରେ ସେୟାର କରିଛନ୍ତି ।

Related Articles

Back to top button