ରାଜ୍ୟ ସରକାର ଖୁବଶୀଘ୍ର ନୂଆ ବିସ୍ଥାପନ ଓ ଥଇଥାନ ନୀତି ଆଣିବେ ।

ରାଜ୍ୟ ସରକାର ଖୁବଶୀଘ୍ର ନୂଆ ବିସ୍ଥାପନ ଓ ଥଇଥାନ ନୀତି ଆଣିବେ । ସେହିପରି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଯେଉଁମାନେ ଜମି ହରାଇଛନ୍ତି ସେମାନଙ୍କୁ ସରକାର ଜମି ଦେବେ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ।ପ୍ରକଳ୍ପ କାର୍ଯ୍ୟପାଇଁ ଭୂମି ହରାଉଥିବା ବ୍ୟକ୍ତିଙ୍କ ପାଇଁ ନୂତନ ବିସ୍ଥାପନ ଓ ଥଇଥାନ ନୀତି ଆଣିବାକୁ ଯାଉଛନ୍ତି ସରକାର । ସରକାରୀ ସ୍ତରରେ ଏ ସଂକ୍ରାନ୍ତୀୟ ପ୍ରକ୍ରିୟା ଆରମ୍ଭ ହୋଇଛି । ଜମି ହରାଉଥିବା ଲୋକଙ୍କୁ ପାଇଁ ବିକଳ୍ପ ସୁଯୋଗ ଦିଆଯିବାର ବନ୍ଦୋବସ୍ତ କରାଯିବ । କ୍ଷତିଗ୍ରସ୍ତଙ୍କୁ ଜମି ବଦଳରେ ଜମି ଯୋଗାଇଦେବେ ରାଜ୍ୟ ସରକାର । କ୍ଷତିପୂରଣ ଜାଗାରେ ସେହି ପରିମାଣରେ ଅଂଶୀଦାର ରହିବେ । ଅର୍ଥାତ ପ୍ରକଳ୍ପ ଆରମ୍ଭ ହେଲେ କମ୍ପାନୀର ଲାଭାଂଶ ପାଇପାରିବେ ବିସ୍ଥାପିତ ଲୋକ। ଯେଉଁ ବିକଳ୍ପ ଦେବେ ସେହି ଅନୁସାରେ ହେବ କାର୍ଯ୍ୟକାରୀ କରାଯିବ । ସରକାର କାହା ଉପରେ କୌଣସି ନିଷ୍ପତ୍ତି ଲଦିବେ ନାହିଁ ବରଂ ବିକଳ୍ପ ବ୍ୟବସ୍ଥା ଦେବେ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ।

ସେହିପରି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଯେଉଁମାନେ ଜମି ହରାଉଛନ୍ତି ସେମାନଙ୍କୁ ଜମି ଦେବେ ସରକାର । ଏନେଇ ଖୁଵ ଶୀଘ୍ର ସବୁ ଜିଲ୍ଲାପାଳ ମାନଙ୍କୁ ମଗାଯିବ ରିପୋର୍ଟ । ଜମି ହରାଇଥିଲେ ଜମି ବଦଳରେ ଜମି ଦିଆଯିବ । ଏହା ଜମି ଅଦବଦଳ ଆଇନରେ ଆସୁଛି । ନିଆଳିରେ ୧୯୮୨ମସିହାରୁ ଏହି ସମସ୍ୟା ନଜରକୁ ଆସିଛି। ନିଆଳି ସହ ବଡମ୍ବାରେ ବି ବନ୍ୟା ସମୟରେ ନଦୀ ଗତିପଥ ବଦଳାଇବାରୁ ଅନେକ ଲୋକ ଜମି ହରାଇଛନ୍ତି । ସେମାନଙ୍କ ଜମି ନଦୀ ଭିତରକୁ ଚାଲି ଯାଇଥିବାରୁ ସେମାନେ ଏବେ ଜମିହୀନ ହୋଇଛନ୍ତି । ଯେଉଁମାନେ ନିଜର ଜମି ହରାଇଛନ୍ତି ସରକାର ଜମି ଦେବେ ବୋଲି ନିଷ୍ପତ୍ତି ନେଇଛନ୍ତି । ଜିଲ୍ଲାପାଳମାନଙ୍କ ରିପୋର୍ଟ ଆସିବା ପରେ ନିଷ୍ପତ୍ତି ନିଆଯିବ। ।

Related Articles

Back to top button