ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ସଂଶୋଧିତ ଆୟକର ବିଲ ୨୦୨୫ ଉପସ୍ଥାପନ କରିଛନ୍ତି

ଲୋକସଭାରେ ପାରିତ ହେଲା ନୂଆ ଆୟକର ବିଲ୍‌। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ସଂଶୋଧିତ ଆୟକର ବିଲ ୨୦୨୫ ଉପସ୍ଥାପନ କରିଛନ୍ତି । ଏହି ନୂତନ ବିଲରେ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଗଠିତ ସିଲେକ୍ଟ କମିଟିର ଅଧିକାଂଶ ସୁପାରିଶ ଅନ୍ତର୍ଭୁକ୍ତ ରହିଛି । ମାତ୍ର ୪ ମିନିଟ ଭିତରେ ବିଲ୍ ପାସ୍ କରି ଦିଆଯାଇଛି । ଗତ ସପ୍ତାହରେ ସରକାର ଆୟକର ବିଲ, ୨୦୨୫ ପ୍ରତ୍ୟାହାର କରିବା ନିଷ୍ପତ୍ତି ନେବା ପରେ ଏହି ପଦକ୍ଷେପ ନିଆଯାଇଛି।

ଛଅ ଦଶନ୍ଧି ପୁରୁଣା ଆୟକର ଆଇନ, ୧୯୬୧କୁ ବଦଳାଇବା ପାଇଁ ଫେବୃଆରୀ ୧୩ରେ ନୂତନ ବିଲ ଆଗତ କରାଯାଇଥିଲା । ସିଲେକ୍ଟ କମିଟିର ସୁପାରିଶ ପରେ ସରକାର ଗତ ସପ୍ତାହରେ ଏହାକୁ ପ୍ରତ୍ୟାହାର କରିଥିଲେ । ତେବେ ନୂଆ ଆୟକର ବିଲ୍‌ ରେ ଅନେକ ଗୁଡ଼ିଏ ପରିବର୍ତ୍ତନ କରାଯାଇଛି, ଯାହା ସାଧାରଣ କରଦାତାଙ୍କୁ ମଧ୍ୟ ପ୍ରଭାବିତ କରିବ।

ଆଇଟିଆର୍ ଆବଶ୍ୟକତାରେ ଛାଡ଼: ଏବେ କେବଳ ଟିଡିଏସ୍ ରିଫଣ୍ଡ ପାଇଁ ସମ୍ପୂର୍ଣ ଆଇଟିଆର୍ ଫାଇଲ୍ କରିବା ଆବଶ୍ୟକ ହେବ ନାହିଁ। ଏହା ବଦଳରେ, ଏକ ସରଳ ଫର୍ମ ପୂରଣ କରିବାକୁ ପ୍ରସ୍ତାବ ଦିଆଯାଇଛି।ବିଳମ୍ବରେ ରିଟର୍ଣ୍ଣ ଦାଖଲ କଲେ ମଧ୍ୟ ରିଫଣ୍ଡ: ପ୍ରଥମ ପ୍ରସ୍ତାବ ଅନୁଯାୟୀ, ଏକ ନିର୍ଦ୍ଦିଷ୍ଟ ସମୟସୀମା ପରେ ରିଟର୍ଣ୍ଣ ଦାଖଲ କଲେ କୌଣସି ରିଫଣ୍ଡ ନଥିଲା। କମିଟି ଏଥିରେ ପରିବର୍ତ୍ତନ ସୁପାରିଶ କରିଛି ଯାହା ଦ୍ବାରା ଯେଉଁମାନେ ବିଳମ୍ବରେ ରିଟର୍ଣ୍ଣ ଦାଖଲ କରନ୍ତି ସେମାନେ ମଧ୍ୟ ରିଫଣ୍ଡ ପାଇପାରିବେ।ଶୂନ୍ୟ ଟିଡିଏସ୍ ପ୍ରମାଣପତ୍ର : କରଦାତାମାନେ ଟିକସ କଟାଯିବା ପୂର୍ବରୁ ମଧ୍ୟ ଶୂନ୍ୟ ଟିଡିଏସ୍ ପ୍ରମାଣପତ୍ର ପାଇବାର ସୁବିଧା ପାଇପାରିବେ, ଯାହା ଫଳରେ ସେମାନଙ୍କ ଆୟ ଉପରେ କୌଣସି ଟିକସ କଟାଯିବ ନାହିଁ।

Related Articles

Back to top button