ଜମ୍ମୁ କଶ୍ମୀର ପୁଞ୍ଚ ରାଜମାର୍ଗରେ ଲଗାତାର ବର୍ଷା ଯୋଗୁଁ ଭୂସ୍ଖଳନ

ଜମ୍ମୁ କଶ୍ମୀର ପୁଞ୍ଚ ରାଜମାର୍ଗରେ ଲଗାତାର ବର୍ଷା ଯୋଗୁଁ ଭୂସ୍ଖଳନ ହୋଇଛି । ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଅଖନୁର ନିକଟରେ ପାହାଡରୁ ପଥର ଖସିବା ଯୋଗୁଁ ଯିବାଆସିବା ପ୍ରଭାବିତ ହୋଇଛି । ସ୍ଥାନୀୟ ପ୍ରଶାସନ ଏବଂ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ ରାସ୍ତାରୁ ମାଡ଼ି ହଟାବା ସହିତ ଯାନବାହନ ଯିବାଆସିବା ପାଇଁ ସୁଗମ କରୁଛି । ପାଣିପାଗ ବିଭାଗ ଯାତ୍ରୀଙ୍କୁ ସାବଧାନ ରହିବାକୁ ପରାମର୍ଶ ଦେଇଛି ।ଲଗାତାର ବର୍ଷା ଏବଂ ଭୂସ୍ଖଳନ ଆଶଙ୍କା ଯୋଗୁଁ ରାଜୌରୀ ଏବଂ ପୁଞ୍ଛ ଜିଲ୍ଲାରେ ଶିକ୍ଷା ବିଭାଗ ସମସ୍ତ ସ୍କୁଲକୁ ଅସ୍ଥାୟୀ ଭାବେ ବନ୍ଦ କରିବାକୁ ଆଦେଶ ଜାରି କରିଛି । ପିଲା ଏବଂ ଶିକ୍ଷକଙ୍କ ସୁରକ୍ଷାକୁ ଧ୍ୟାନରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ଜୁଲାଇ ୨୦୨୫ରେ ପ୍ରବଳ ବର୍ଷା କାରଣରୁ ଜମ୍ମୁ ସଭାଗର ୭ ଜିଲ୍ଲାରେ ସ୍କୁଲ ବନ୍ଦ କରାଯାଇଥିଲା । ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ କରିଦେଇଥିଲା । ପ୍ରଶାସନ ତଳିଆ ଅଞ୍ଚଳରେ ଜଳମଗ୍ନ ଏବଂ ଭୂସ୍ଖଳନ ଅଞ୍ଚଳରୁ ବର୍ତ୍ତି ରହିବା ପାଇଁ ପରାମର୍ଶ ଦେଇଥିଲା । ପାଣିପାଗ ବିଭାଗ ଆଗାମୀ ୭୨ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ଚେତାବନୀ ମଧ୍ୟ ଦେଇଛି । ଯେଉଁଥିପାଇଁ ପ୍ରଶାସନ ଜରୁରୀକାଳୀନ ଟିମ୍ ନିୟୋଜିତ କରିଛି ।

Related Articles

Back to top button