ସ୍ବାଧୀନତା ଦିବସ ଅବସରରେ ଉଲ୍ଲେଖନୀୟ ସେବା ପାଇଁ ଓଡିଶାର ଦୁଇ ଜଣଙ୍କୁ ମିଳିବ ରାଷ୍ଟ୍ରପତି ପଦକ

ସ୍ବାଧୀନତା ଦିବସ ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ୧୦୯୦ ଜଣଙ୍କୁ ମିଳିବ ମେଡାଲ । ପୁଲିସ୍‌, ଅଗ୍ନିଶମ, ହୋମଗାର୍ଡ ଏବଂ ସିଭିଲ ଡିଫେନ୍ସ କ୍ଷେତ୍ରରେ ଗାଲାଣ୍ଟ୍ରି ଏବଂ ସର୍ଭିସ୍ ମେଡାଲ ପ୍ରଦାନ କରାଯିବ । ଓଡିଶାର ଦୁଇ ଜଣଙ୍କୁ ରାଷ୍ଟ୍ରପତି ପଦକ ମିଳିବ। ବିଶିଷ୍ଟ ସେବାରେ ଉଲ୍ଲେଖନୀୟ ଅବଦାନ ପାଇଁ ଏଏସପି ରବିନ୍ଦ୍ର ପଣ୍ଡା ଏବଂ କମାଣ୍ତାଣ୍ଟ ନରେଶ ପଟେଲଙ୍କୁ ରାଷ୍ଟ୍ରପତି ପଦକ ମିଳିବ। ଓଡ଼ିଶାରୁ ୯ ଜଣଙ୍କୁ ମିଳିବ ସାହସିକତା ପଦକ । ୯ ଜଣଙ୍କ ଭିତରେ ଜଣେ ସବଇନ୍ସିପେକ୍ଟର, ଜଣେ କନେଷ୍ଟବଳ, ଦୁଇ ଜଣ ଓଏପିଏଫ, ଜଣେ ହାବିଲଦାର ଓ ୪ ଜଣ କମାଣ୍ଡୋ ଅଛନ୍ତି । ସେହିପରି ବିଶିଷ୍ଟ ସେବା ପାଇଁ ଦୁଇ ଜଣଙ୍କୁ ପଦକ ମିଳିବ । ଅତିରିକ୍ତ ପୋଲିସ ସୁପରିଣ୍ଟେଣ୍ଡେଣ୍ଟ ରବୀନ୍ଦ୍ର କୁମାର ପଣ୍ଡା ଓ କମାଣ୍ଡାଣ୍ଟ ନରେଶ କୁମାର ପଟେଲଙ୍କୁ ବିଶିଷ୍ଟ ସେବା ପଦକ ମିଳିବ । ସେହିପରି ୧୧ ଜଣଙ୍କୁ ମେରିଟୋରିଅସ ସର୍ଭିସ ମେଡାଲ ପ୍ରଦାନ କରାଯିବ ।

Related Articles

Back to top button