ସୁପ୍ରିମକୋର୍ଟ: ରାଜ୍ୟପାଳଙ୍କୁ ସମୟ ସୀମାରେ ବାନ୍ଧିବା ଏକ ସାମ୍ବିଧାନିକ ସଙ୍କଟ

ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କୁ ବିଧେୟକ ଉପରେ ନିଷ୍ପତ୍ତି ନେବା ପାଇଁ ସମୟ ସୀମା ସ୍ଥିର କରାଯିବା ନେଇ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଘୋର ଆପତ୍ତି ପ୍ରକାଶ କରିଛନ୍ତି । ଚଳିତ ବର୍ଷ ଏପ୍ରିଲ ମାସରେ ଦୁଇ ଜଣିଆ ବିଚାରପତିଙ୍କ ଖଣ୍ଡପୀଠ ଏ ସଂକ୍ରାନ୍ତରେ କହିଥିଲେ ଯେ, ରାଜ୍ୟପାଳ ଓ ରାଷ୍ଟ୍ରପତିଙ୍କୁ ଏକ ନିର୍ଦ୍ଧାରିତ ସମୟ ସୀମା ଭିତରେ ବିଧେୟକ ଉପରେ ନିଷ୍ପତ୍ତି ନେବା ଉଚିତ୍ ।ସୁପ୍ରିମକୋର୍ଟ କହିଥିଲେ ଯେ, କୌଣସି ବି ବିଧୟେକ ଉପରେ ନିଷ୍ପତ୍ତି ନେବା ପାଇଁ ରାଷ୍ଟ୍ରପତିଙ୍କୁ ତିନି ମାସ ଏବଂ ରାଜ୍ୟପାଳଙ୍କୁ ଗୋଟିଏ ମାସରୁ ଅଧିକ ସମୟ ନେବା ଉଚିତ୍ ନୁହେଁ । ଯଦି ଏମିତି ନ ହୁଏ ତେବେ କୋର୍ଟ ଦଖଲ ଦେଇ ପାରିବ । କେନ୍ଦ୍ର ସରକାରଙ୍କ କହିବା କଥା ଯଦି ଏହିପରି ସୁପ୍ରିମକୋର୍ଟ ହସ୍ତକ୍ଷେପ କରିବ ତେବେ ସାମ୍ବିଧାନିକ ଅରାଜକତା ସୃଷ୍ଟି ହେବ ।

ସରକାର ସୁପ୍ରିମକୋର୍ଟରେ ଲିଖିତ ଜବାବ ଦେଇ କହିଛନ୍ତି ଯେ, ଏହି ଧରଣର ସମୟ ସୀମା ସ୍ଥିର କଲେ ସାମ୍ବିଧାନିକ ସଙ୍କଟ ଉତ୍ପନ ହେବ । ସଲିସିଟର ଜେନେରାଲ ତୁଷାର ମେହଟ୍ଟା କୋର୍ଟରେ ସରକାରଙ୍କ ପକ୍ଷ ରଖି କହିଛନ୍ତି, ଅନୁଚ୍ଛେଦ ୧୪୨ ଆଧାରରେ ସୁପ୍ରିମକୋର୍ଟଙ୍କୁ ଯେଉଁ ବିଶେଷ ଶକ୍ତି ମିଳିଛି, ସେଥିରେ ମଧ୍ୟ ସମ୍ବିଧାନରେ ସଂଶୋଧନ କିମ୍ବା ଆଇନ ନିର୍ମାତାଙ୍କୁ ହରାଇବା ଉଦ୍ଦେଶ୍ୟରେ ପଦକ୍ଷେପ ଉଠାଇବାର ଅଧିକାର ଦେଇ ନାହିଁ । ସମୟ ସ୍ଥିର କରି ରାଜ୍ୟପାଳ ପରି ପଦର ଗାରିମାକୁ କମ କରାଯାଇ ପାରିବ ନାହିଁ ।ସେ କହିଛନ୍ତି, ରାଜ୍ୟପାଳ କିମ୍ବା ରାଷ୍ଟ୍ରପତିଙ୍କ ପଦ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଶୀର୍ଷ ପଦ ହୋଇଥାଏ । ଯଦି କୌଣସି ପ୍ରକାରର ସମସ୍ୟା ଉପୁଜେ ତେବେ ଏହାକୁ ରାଜନୈତିକ ଏବଂ ସାମ୍ବିଧାନକ ଭାବେ ସମାଧାନ କରାଯିବ । ଏଥିରେ ନ୍ୟାୟପାଳିକାଙ୍କ ହସ୍ତକ୍ଷେପ ଉଚିତ୍ ନୁହେଁ । ଧାରା ୨୦୦ ଆଧାରରେ ରାଜ୍ୟପାଳଙ୍କ ପାଖରେ ଅଧିକାର ରହିଛି ଯେ, ସେ ବିଧେୟକକୁ ମଞ୍ଜୁରୀ ଦେଇ ପାରିବେ କିମ୍ବା ଏହାକୁ ରାଷ୍ଟ୍ରପତିଙ୍କ ପାଖକୁ ପଠାଇ ପାରିବେ ।

ତାମିଲନାଡୁକୁ ନେଇ ଶୁଣାଣି ସମୟରେ ସୁପ୍ରିମକୋର୍ଟ ଏପ୍ରିଲ ୮ରେ ନିଷ୍ପତ୍ତି ଶୁଣାଇ କହିଥିଲେ ଯେ, ରାଜ୍ୟପାଳ ଓ ରାଷ୍ଟ୍ରପତିଙ୍କୁ ମଧ୍ୟ ଏକ ସମୟ ସୀମା ଭିତରେ ବିଧେୟକକୁ ମଞ୍ଜୁରୀ ଦେବା ଉଚିତ୍ । ଏହା ପରେ ରାଷ୍ଟ୍ରପତିଙ୍କ ତରଫରୁ ଏକ ପ୍ରେସିଡେଣ୍ଟିଆଲ ରେଫରେନ୍ସ ପଠାଯାଇଥିଲା, ଯାହା ଉପରେ ଅଗଷ୍ଟ ୧୨ ତାରିଖ ସୁଦ୍ଧା ସମସ୍ତ ପକ୍ଷଙ୍କୁ ଲିଖିତ ଜବାବ ଦେବାର ଥିଲା । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବିଧାନର ଅନୁଚ୍ଛେଦ ୧୪୩(୧) ଆଧାରରେ ପ୍ରେସିଡେଣ୍ଟିଆଲ ରେଫରେନ୍ସ ପଠାଇ ସୁପ୍ରିମକୋର୍ଟଙ୍କୁ ୧୪ ପ୍ରଶ୍ନ କରିଥିଲେ

Related Articles

Back to top button