
ଅପରେସନ ସିନ୍ଦୂର ଏବେ ବି ପାକିସ୍ତାନୀ ଓ ପାକିସ୍ତାନ ସେନାର ନିଦ ହଜାଇଛି
ଅପରେସନ ସିନ୍ଦୂର ଏବେ ବି ପାକିସ୍ତାନୀ ଓ ପାକିସ୍ତାନ ସେନାର ନିଦ ହଜାଇଛି । ୯ ଓ ୧୦ ମେ’କୁ ଭାରତ ପକ୍ଷରୁ ହୋଇଥିବା ଏୟାର ଷ୍ଟ୍ରାଇକରେ ବହୁତ କ୍ଷତି ହୋଇଥିବା ପାକିସ୍ତାନ ସରକାର ସ୍ବୀକାର କରିଛନ୍ତି । ଏହି ଆକ୍ରମଣରେ ପାକିସ୍ତାନର ୧୩ ଜଣ ସୈନିକଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଲୋକ ଆହତ ହୋଇଥିଲେ ।
ଅପରେସନ ସିନ୍ଦୂରରେ ଭୋଲାରୀ ଏୟାରବେଶରେ ଭାରତ ପକ୍ଷରୁ ହୋଇଥିବା ଆକ୍ରମଣରେ ସ୍କ୍ବାଡନ ଲିଡର ଉସ୍ମାନ ୟୁସୁଫଙ୍କ ମୃତ୍ୟୁ ଘଟିଥିଲା । ୟୁସୁଫଙ୍କୁ ରାଷ୍ଟ୍ରପତି ଭବନରେ ମରଣୋତ୍ତର ସମ୍ମାନ ଦିଆଯାଇଥିବା ପାକିସ୍ତାନ ସ୍ବୀକାର କରିଛି । ଏହାବାଦ ଦୁର ଖାନ୍, ସରଗୋଧ, ଜ୍ୟାକବାବାଦ, ଭୋଲାରୀ ଓ ଶେରକୋଟ ଏୟାରବେସରେ ଭାରତର ଏୟାର ଷ୍ଟ୍ରାଇକରେ ଏକାଥିକ ସୈନିକଙ୍କ ମୃତ୍ୟୁ ଘଟିଥିଲା ।
ସୂଚନାଯୋଗ୍ୟ, ଭାରତ ସରକାରଙ୍କ ପକ୍ଷରୁ ଦାବି କରାଯାଇଥିଲା ମେ’ ୭ ତାରିଖରେ ଅପରେସନ ସିନ୍ଦୂରରେ ୧୦୦ରୁ ଅଧିକ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଆତଙ୍କବାଦ ସେଷ୍ଟରକୁ ଧ୍ବଂସ କରାଯାଇଥିଲା । କିଛି ରିପୋର୍ଟରେ ଏହା ବି କୁହାଯାଇଥିଲା ନୁର ଖଶନ ଏୟାରବେସରେ ହୋଇଥିବା ଆକ୍ରମଣରେ ଜଣେ ଆମେରିକୀୟ ଟେକ୍ନିସିଆନ ମଧ୍ୟ ଆହତ ହୋଇଥିଲେ । ଏସବୁ ସୂଚନା ପାକିସ୍ତାନ ରାଷ୍ଟ୍ରପତି ଭବନରେ ଆୟୋଜିତ ବାର୍ଷିକ ପୁରସ୍କାର ସମାରୋହରେ ଦିଆଯାଇଛି ।ଅଗଷ୍ଟ ୧୪ ତାରିଖ ପାକିସ୍ତାନ ସ୍ବତନ୍ତ୍ରତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶହବାଜ ସରିଫ ରାଷ୍ଟ୍ରପତି ଭବନରେ ଅପରେସନ ସିନ୍ଦୂରରେ ମୃତ୍ୟବରଣ କରିଥିବା ସେନା କର୍ମଚାରୀଙ୍କୁ ସମ୍ମାନିତ କରିଥିଲେ ।