ମାଓବାଦୀଙ୍କ ସହିତ ରହିଛି ଖଣି କମ୍ପାନୀଙ୍କ ସମ୍ପର୍କ : ଏଡିଜି ସଞ୍ଜୀବ ପଣ୍ଡା

ମାଓବାଦୀଙ୍କ ସହିତ ରହିଛି ଖଣି କମ୍ପାନୀଙ୍କ ସମ୍ପର୍କ। ଏଭଳି ଚାଞ୍ଚଲ୍ୟକର ସୂଚନା ଦେଇଛନ୍ତି ଅତିରିକ୍ତ ପୁଲିସ ମହାନିର୍ଦେଶକ (ଅପରେସନ) ସଞ୍ଜୀବ ପଣ୍ଡା। ଏଡିଜି ପଣ୍ଡା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଜବତ ହୋଇଥିବା ୧୦ ଟନ ବିସ୍ଫୋରକରୁ ଏହି ତଥ୍ୟ ମିଳିଛି। ଜବତ ଜିଲୋଟିନରୁ ଗୋଟିଏ ଖଣି କମ୍ପାନୀର ତଥ୍ୟ ମିଳିଛି। ଯାହାଫଳରେ ମାଓବାଦୀଙ୍କୁ ବିସ୍ଫୋରକ ଯୋଗାଣ ନେଇ ସନ୍ଦେହ ବୃଦ୍ଧି ପାଇଛି। ବିଶେଷ କରି ଗୁଇନ୍ଦା ସ୍କାନରରେ ପଥର କ୍ଵାରୀଗୁଡ଼ିକ ରହିଛି। ଆନ୍ଧ୍ରପ୍ରଦେଶରୁ ଗଞ୍ଜାମ ପର୍ଯ୍ୟନ୍ତ ଏହାର ଚେର ଲମ୍ବିଛି। ଖୁବଶୀଘ୍ର ମାଷ୍ଟରମାଇଣ୍ଡକୁ ପୁଲିସ ଧରିବ ବୋଲି ପଣ୍ଡା କହିଛନ୍ତି।

Related Articles

Back to top button