ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ଜନ ଅଭିଯୋଗ ଶୁଣାଣିବେଳେ ଆକ୍ରମଣ କରିଥିବା ବ୍ୟକ୍ତିଙ୍କ ମିଳିଛି ପରିଚୟ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ଜନ ଅଭିଯୋଗ ଶୁଣାଣିବେଳେ ଆକ୍ରମଣ କରିଥିବା ବ୍ୟକ୍ତିଙ୍କ ପରିଚୟ ମିଳିଛି । ସେ ଗୁଜରାଟ ରାଜକୋଟ ନିବାସୀ ରାଜେଶ ଭାଇ ଖିମଜୀ ବୋଲି ଜେରା ବେଳେ ଜଣାପଡ଼ିଛି । ତେବେ ସେ ଦୀର୍ଘ ୨୪ ଘଣ୍ଟା ହେବ ମୁଖ୍ୟମନ୍ତ୍ରୀଙ୍କ ଆବାସକୁ ନଜର ରଖୁଥିଲା ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରବେଶ ବର୍ମା । ତାଙ୍କ ବେକ, କାନ୍ଧ ଏବଂ ମୁଣ୍ଡରେ ଆଘାତ ଲାଗିଛି । ଅପରପକ୍ଷେ ଅଭିଯୁକ୍ତ ଜଣେ ପଶୁ ପ୍ରେମୀ ବୋଲି କହିଛନ୍ତି ତାଙ୍କ ମାଆ । ମାଆ ଭାନୁବେନ ଗଣମାଧ୍ୟମକୁ ଏତିକି ପ୍ରତିକ୍ରିୟା ଦେଇ କହିଥିଲେ ଯେ ସେ କିଛି ଜାଣି ନାହାଁନ୍ତି । ସେ ଖାଲି କହିଥିଲେ ମୋ ପୁଅ ଜଣେ ପଶୁପ୍ରେମୀ ଅଟେ । ନିକଟରେ ସୁପ୍ରିମକୋର୍ଟ ବୁଲା କୁକୁରଙ୍କୁ ନେଇ ଚିନ୍ତା ପ୍ରକଟ କରିଥିଲେ । ଦିଲ୍ଲୀରେ ବୁଲୁଥିବା ସମସ୍ତ କୁକୁରଙ୍କୁ ନେଇ ସେଲଟରରେ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଅନ୍ୟପକ୍ଷରେ କୁହାଯାଉଛି କି, ଯୁବକଙ୍କ ଅନେକ ସମ୍ପର୍କୀୟ ଜେଲରେ ଅଛନ୍ତି । ସେମାନଙ୍କୁ ମୁକ୍ତ କରିବାକୁ ଅଭିଯୋଗ ନେଇ ଆସିଥିଲା । ବୁଧବାର ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ତାଙ୍କ ସରକାରୀ ବାସଭବନରେ ଜନଶୁଣାଣି କରୁଥିବାବେଳେ ସମୟରେ ଜଣେ ଯୁବକ ତାଙ୍କୁ ଆକ୍ରମଣ କରିଥିଲା । ସେଠାରେ ଉପସ୍ଥିତ ଥିବା ସୁରକ୍ଷାକର୍ମୀ ତାଙ୍କୁ କାବୁ କରି ପାଇଁ ନିୟୋଜିତ କର୍ମଚାରୀ ଅଭିଯୁକ୍ତକୁ ଧରିଥିଲେ। ପୋଲିସ ଘଟଣାର ତଦନ୍ତ କରୁଛି। ଅଭିଯୁକ୍ତ ଆକ୍ରମଣ କରିବାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ପୋଲିସ ଅଭିଯୁକ୍ତକୁ ପଚରାଉଚରା କରୁଛି।

Related Articles

Back to top button