ପ୍ରଥମରୁ ଦଶମ ପର୍ଯ୍ୟନ୍ତ ସବୁ ପିଲାଙ୍କୁ ମାଗଣା ପାଠ୍ୟ ପୁସ୍ତକ ଦିଆଯିବ ।

ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ଼ ଘୋଷଣା କରାଯାଇଛି । ମାଗଣାରେ ସରକାରୀ ବସ୍‌ରେ ଛାତ୍ରଛାତ୍ରୀମାନେ ସ୍କୁଲ ଯାଇପାରିବେ । ଛାତ୍ରଛାତ୍ରୀମାନେ ସ୍କୁଲକୁ ଯାତାୟାତ କରିବା ସମୟରେ ୟୁନିଫର୍ମ ଓ ଆଇ-କାର୍ଡ଼ ଦେଖାଇ ମୁଖ୍ୟମନ୍ତ୍ରୀ ବସ୍ ସେବାର ଲାଭ ଉଠାଇ ପାରିବେ। ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି ।

ପ୍ରଥମରୁ ଦଶମ ପର୍ଯ୍ୟନ୍ତ ସବୁ ପିଲାଙ୍କୁ ମାଗଣା ପାଠ୍ୟ ପୁସ୍ତକ ଦିଆଯିବ । ଜାତୀୟ ଶିକ୍ଷାନୀତି ଅନୁଯାୟୀ ପ୍ରାଥମିକ ଶିକ୍ଷାରେ ବ୍ୟାପକ ପରିବର୍ତ୍ତନ ହେବ । NCERT ଢ଼ାଞ୍ଚାରେ SCERTକୁ ବିକଶିତ କରିବାକୁ ପଦକ୍ଷେପ ନିଆଯିବ । ଗୁଣାତ୍ମକ ଶିକ୍ଷା ପ୍ରଦାନ ଉପରେ ଅଧିକ ଫୋକସ୍‌ ଦିଆଯିବ । ଏନେଇ ଗୁରୁବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅନୁଷ୍ଠିତ ସମୀକ୍ଷା ବୈଠକରେ ନିଷ୍ପତ୍ତି ନିଆଯାଇଛି ବୋଲି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଥିଲେ ।

ସ୍କୁଲ ଶିକ୍ଷାକୁ ସୁଦୃଢ଼ ଓ ଉନ୍ନତ କରିବା ପାଇଁ ରାଜ୍ୟର ମାଧ୍ୟମିକ ଶିକ୍ଷା ପରିଷଦ ଏବଂ ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (BSE, CHSE) କୁ ମିଶାଇ ଗୋଟିଏ ବୋର୍ଡ଼ ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଛି । ସେହିପରି ନୂତନ ବେସରକାରୀ ବିଦ୍ୟାଳୟ ଅନୁମୋଦନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଅନଲାଇନ ପ୍ରକ୍ରିୟାରେ କରିବା ପାଇଁ ବୈଠକରେ ନିଷ୍ପତ୍ତି କରାଯାଇଛି। ସେହିପରି ଭିନ୍ନକ୍ଷମ ପିଲାଙ୍କ ଶିକ୍ଷା ପାଇଁ ନିୟମିତ ଶିକ୍ଷକମାନଙ୍କୁ ଯେଉଁମାନେ ବିଇଡି କରିଥିବେ, ସେମାନଙ୍କୁ ବିଭିନ୍ନ କ୍ଲଷ୍ଟରରେ ରିସୋର୍ସ ପର୍ସନ ଭାବରେ ନିଯୁକ୍ତି ଦିଆଯିବ। ଅନେକାଂଶ ବିଦ୍ୟାଳୟରେ ଭିତ୍ତିଭୂମି ଠିକ ନ ଥିବାରୁ ତାହାର ଉନ୍ନତି ପାଇଁ ସରକାର ଗୁରୁତ୍ବ ଦେବେ । କିପରି ବିଦ୍ୟାଳୟରେ ଦେଖାଯାଉଥିବା ସମସ୍ୟାର ସମାଧାନ ମଧ୍ୟ କରାଯାଇ ଆଗାମୀ ଦିନରେ ସୁଧାର ଅଣାଯାଇପାରିବ । ସେନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରାଯାଇଛି ।

Related Articles

Back to top button