
ରାଜଧାନୀରେ ପୂଜା ମେଲୋଡିରେ ଅଶ୍ଳୀଳ ନୃତ୍ୟକୁ ସମ୍ପୂର୍ଣ୍ଣ ବାରଣ
ପୂଜାକୁ ନେଇ ବିଏମସିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏଥର ରାଜଧାନୀରେ ପୂଜା ମେଲୋଡିରେ ଅଶ୍ଳୀଳ ନୃତ୍ୟକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଏହା ସହ ପୂଜା ପେଣ୍ଡାଲ ନିକଟରୁ ବୁଲା କୁକୁରଙ୍କୁ ହଟାଇବାକୁ ନିଷ୍ପତ୍ତି ନିଆଯାଇଛି । ପାର୍କିଂ ପାଇଁ ସୁବିଧା ନଥିଲେ ମୀନା ବଜାର ପଡିବନି କିମ୍ବା ରାବଣ ପୋଡ଼ି ପାଇଁ ମଧ୍ୟ ଅନୁମତି ମିଳିବନି । କୌଣସି ପୂଜା କମିଟି ମୁଖ୍ୟ ରାସ୍ତାରେ ତୋରଣ ଲଗାଇପାରିବେ ନାହିଁ । ସମସ୍ତ ପୂଜା ପେଣ୍ଡାଲ ଓ ଭସାଣି ପୋଖରୀ ନିକଟରେ ଆମ୍ବୁଲାନ୍ସ ରଖିବା ବ୍ୟବସ୍ଥା ହେବ ।