କାର୍ତିକ, କିୟାରାଙ୍କ ଆଗାମୀ ଫିଲ୍ମ ‘ସତ୍ୟନାରାୟଣ କି କଥା’ର ବଦଳିଲା ଟାଇଟଲ
ମୁମ୍ବାଇ: କାର୍ତିକ ଆର୍ଯ୍ୟନ ଓ କିୟାରା ଆଡଭାନୀଙ୍କ ଆଗାମୀ ଫିଲ୍ମ ‘ସତ୍ୟନାରାୟଣ କି କଥା’ ଫିଲ୍ମର ଟାଇଟଲ ବଦଳିଛି । କିୟାରାଙ୍କ ଜନ୍ମ ଦିନରେ କାର୍ତିକ ଏ ସମ୍ପର୍କରେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ଏବେ ଏହାର ନାମ ସତ୍ୟପ୍ରେମ କି କଥା ରଖାଯାଇଛି । ସତ୍ୟନାରାୟଣ କି କଥା ଟାଇଟଲକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ମେକର୍ସ କାହାର ଭାବନାକୁ ଆଘାତ ନ ଦେବା ପାଇଁ ଏହାର ଟାଇଟଲ ବଦଳାଇଛନ୍ତି । କାର୍ତିକ ଏହି ଫିଲ୍ମର ଫାଷ୍ଟ ଲୁକ ମଧ୍ୟ ପ୍ରଶଂସକଙ୍କ ପାଇଁ ଶେୟାର କରିଛନ୍ତି । ସମୀର ବିଧ୍ୱଂସ ଏହାର ନିର୍ଦ୍ଦେଶନା ଦେଇଥିବା ବେଳେ ସାଜିଦ ନାଡିୟାଡୱାଲା ଏହାକୁ ପ୍ରଡ୍ୟୁସ କରିଛନ୍ତି । ଫଟୋଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ନିକଟରେ କାର୍ତିକଙ୍କ ଭୁଲ ଭୁଲୈୟା ଫିଲ୍ମ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଛନ୍ତି ।