ଜୁନ୍ରେ ସର୍ବାଧିକ ତ୍ରୈମାସିକ ଲାଭରେ ଓଏନ୍ଜିସି, ସେୟାର ମୂଲ୍ୟ ୧୫୨୦୬ କୋଟିକୁ ବୃଦ୍ଧି
ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷରେ ସର୍ବାଧିକ ତ୍ରୈମାସିକ ଲାଭ କରିଛି ଓଏନ୍ଜିସି । ଏହାକୁ ନେଇ ଶୁକ୍ରବାର ଏକ ରିପୋର୍ଟ ପ୍ରକାଶ କରିଛି ଓଏନ୍ଜିସି । ଜୁନ୍ ମାସ କ୍ବାଟରରେ କମ୍ପାନୀର ସେୟାର ମୂଲ୍ୟ ୧୫୨୦୬ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ଯାହାଦ୍ବାରା କମ୍ପାନୀ ଭଲ ଦୁଇ ପଇସା ଲାଭ କରିଛି ।
ଗତବର୍ଷ ଏହି ସମୟରେ କମ୍ପାନୀ ସେୟାର ମୂଲ୍ୟ ୪୩୩୪.୭୫ କୋଟିଙ୍କ ରହିଥିଲା । କିନ୍ତୁ ଚଳିତ ବର୍ଷ ଜୁନ୍ ସୁଦ୍ଧା ତାହା ବୃଦ୍ଧି ପାଇ ୧୫୨୦୬.୮୫ କୋଟି ଟଙ୍କାରେ ପହଞ୍ଚିଛି । ଏହାଦ୍ବାରା କମ୍ପାନୀ ୪୨୩୨୦.୭୨ କୋଟି ଟଙ୍କା ରାଜସ୍ବ ପାଇଛି । ଚଳିତ ବର୍ଷ ପ୍ରଥମ କ୍ବାର୍ଟରରେ କମ୍ପାନୀ ୨୩୦୨୧.୬୪ କୋଟି ଟଙ୍କା ରାଜସ୍ବ ପାଇଥିଲା ।